fbpx

ଭାରତ ଛାଡ଼ିଲା ଚୀନ୍‌ର ସର୍ବବୃହତ ଇକମର୍ସ କମ୍ପାନୀ ଆଲିବାବା

ନୂଆଦିଲ୍ଲୀ: ଚୀନ୍‌ର ସବୁଠୁ ବଡ଼ ଇ-କମର୍ସ କମ୍ପାନୀ ଆଲିବାବା ଭାରୀୟ ବଜାରକୁ ବାଏ ବାଏ କରିଛି। ଏବେ ଭାରତରେ କମ୍ପାନୀର ଥିବା ସମସ୍ତ ସେୟାର ପେଟିଏମ୍‌କୁ ବିକି ଦେଇଛି । ପେଟିଏମ୍ ର ପ୍ୟାରେଣ୍ଟ୍ କମ୍ପାନୀ ONE ୯୭ କମ୍ୟୁନିକେସନ୍ ଏହାର ପ୍ରାୟ ୨.୧ କୋଟି ସେୟାର (କିମ୍ବା ୩.୪ ପ୍ରତିଶତ ଇକ୍ୱିଟି) ବିକ୍ରି କରିଛି । ଏହି ବ୍ଲକ୍ ଡିଲ୍ ପରେ ଆଲିବାବା ଆଉ ପେଟିଏମ୍‌ରେ ଅଂଶୀଦାର ନୁହଁନ୍ତି । କମ୍ପାନୀ ଜାନୁଆରୀରେ ପେଟିଏମରେ ଏହାର ୬.୨୬ ପ୍ରତିଶତ ଇକ୍ୱିଟିର ପ୍ରାୟ ୩.୧ ପ୍ରତିଶତ ବିକ୍ରି କରିଛି ।

ଏହି ଡିଲ୍ ପରେ ଆଲିବାବା ଭାରତରୁ ଏହାର ଉପସ୍ଥିତି ଶେଷ କରିବ। ଏହାପୁର୍ବରୁ ଭାରତରେ ଆଲିବାବା ଜୋମାଟୋ ଏବଂ ବିଗବାସ୍କେଟ୍‌ରେ ଏହାର ସମସ୍ତ ସେୟାର ବିକ୍ରି କରି ଦେଇଥିଲା । ପେଟିଏମ୍‌ରେ ଆଲିବାବା ଏକ ପ୍ରାଥମିକ ନିବେଶକ ଅଟେ ।

ଆଲିବାବା ଏହି ସେୟାର ବିକ୍ରି କରିବା ପରେ ପେଟିଏମ୍‌ର ବଜାର ମୂଲ୍ୟ ବୃଦ୍ଦି ପାଇଛି । ଡିସେମ୍ବର ତ୍ରୈୟମାସିକରେ କମ୍ପାନୀର ସେୟାର ହ୍ରାସ ପାଇଥିଲା । କମ୍ପାନୀ ଫେବୃଆରୀ ୯ ତାରିକେô ଅକ୍ଟୋବର ଏବଂ ଡିସେମ୍ବର ତ୍ରୈୟମାସିକର ଫଳାଫଳ ଜାରି କରିଥିଲେ । ଯାହା ପରେ ଗତକାଲି ଅର୍ଥାତ୍ ୯ ଫେବୃଆରୀ ପର୍ଯ୍ୟନ୍ତ ପେଟିଏମ୍‌ର ସେୟାର ମୂଲ୍ୟରେ ୩୪ ପ୍ରତିଶତ ବୃଦ୍ଧି ପାଇଥିଲା ।

Get real time updates directly on you device, subscribe now.