fbpx

ଚିନ୍ମୟୀ ମୃତ୍ୟୁ ମାମଲା: ତଦନ୍ତ ପ୍ରକ୍ରିୟାକୁ ନେଇ ଉଠିଲା ପ୍ରଶ୍ନ, ନ୍ୟାୟ ପାଇଁ ହାଇକୋର୍ଟ ଯିବେ ପରିବାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ବଲପୁର ଜିଲ୍ଲା ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ର ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତ୍ୟୁକୁ ଏହା ମଧ୍ୟରେ ୭ ଦିନି ପୂରିବାକୁ ବସିଲାଣି । ତଥାପି ମୃତ୍ୟୁ ଉପରୁ ସମ୍ପୂର୍ଣ୍ଣ ପରଦା ହଟିପାରି ନାହିଁ । ଚିନ୍ମୟୀଙ୍କର ମୃତ୍ୟୁ ପାଣିରେ ବୁଡ଼ି ହୋଇଛି, ଏହା ଏକ ହତ୍ୟାକାଣ୍ଡ ନୁହେଁ ବୋଲି ସମ୍ବଲପୁର ଏସପି ବି.ଗଙ୍ଗାଧର ସ୍ପଷ୍ଟ କରିଛନ୍ତି । ଆଗକୁ ତଦନ୍ତ ଜାରି ରହିବ, ଅଟକ ଥିବା ଦୁଇ ପୁରଷ ବନ୍ଧୁଙ୍କୁ ନୋଟିସ ଦେଇ ଛାଡ଼ି ଦିଆଯିବ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ତଦନ୍ତ ପ୍ରକ୍ରିୟାକୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଚିନ୍ମୟୀଙ୍କର ମାଆ । ପୋଲିସ ଠିକ୍ ଭାବେ ତଦନ୍ତ କରିନି । ତାଙ୍କ ଝିଅକୁ ହତ୍ୟା କରାଯାଇଛି ବୋଲି ପୁଣି ଥରେ ସେ ଦୋହରାଇଛନ୍ତି । ଏହି ମାମଲାରେ ନ୍ୟାୟ ପାଇଁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି । ପ୍ରଥମେ ଚିନ୍ମୟୀଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି କୁହାଯାଉଥିଲେ ହେଁ ପରେ ପରିବାର ସଦସ୍ୟ ଆଣିଥିଲେ ବଡ଼ ଅଭିଯୋଗ । ଚିନ୍ମୟୀଙ୍କ ବେକରେ ଦାଗ ରହିଥିବା ବେଳେ ବେକରୁ ଚେନ୍ ଗାଏବ୍ ହୋଇଯାଇଥିଲା । ତେଣୁ ହତ୍ୟା ପଛରେ କିଛି ଯୁବକଙ୍କ ହାତ ଥିବା ପରିବାର ବର୍ଗ ଅଭିଯୋଗ କରିଥିଲେ ।

ତେବେ ଏହା ପୂର୍ବରୁ ଚିନ୍ମୟୀଙ୍କ ଶବ ବ୍ୟବେଚ୍ଛଦ ରିପୋର୍ଟ ପୋଲିସର ହସ୍ତଗତ ହୋଇସାରିଥିଲା । ଚିନ୍ମୟୀ ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା । ଏଥିସହିତ ଦୁଇ ପୁରୁଷ ବନ୍ଧୁ ପ୍ରତିମାନ ଦେ ଓ ମାନସ ଟୁଡୁଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଥିଲା । ପୋଲିସ ଚିନ୍ମୟୀଙ୍କ ଭୁବନେଶ୍ୱର ସ୍ଥିତ ବିଜେବି ନଗର ଘରୁ ଲାପଟପ, ହାର୍ଡଡିସ୍କ, ପେନ ଡ୍ରାଇଭ ଓ ଡାଏରୀ ଜବତ କରିଥିଲା । ଘଟଣା ଦିନ ହୀରାକୁଦ ଷ୍ଟେସନ ସମ୍ମୁଖରେ ଏକ ଢାବାରେ ଉଭୟେ ଖାଉଥିବାର ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଥିଲା ।

Get real time updates directly on you device, subscribe now.