fbpx

ଚିଟଫଣ୍ଡ ପୀଡିତ ନିବେଶକଙ୍କ ମୁହଁରେ ହସ ଫେରିଲା, ୩୫ ହଜାରରୁ ଅଧିକ ନିବେଶକଙ୍କ ଖାତାରେ ପହଞ୍ଚିଲା ୪କୋଟି ୧୩ ଲକ୍ଷ

Advertisement

ରାୟପୁର: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲା ଚିଟଫଣ୍ଡ ପୀଡିତ ନିବେଶକଙ୍କ ଲାଗି ନ୍ୟାୟ କାର୍ଯ୍ୟକ୍ରମ ଜରିଆରେ ନିବେଶକଙ୍କୁୁ ବଡ ଆଶ୍ୱସ୍ତି ଆଣି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ବାଘେଲା ଆଜି ରାୟପୁର ସହିତ ୬ ଜିଲ୍ଲାର ୩୫ ହଜାର ୩୭୮ ପୀଡିତ ନିବେଶକଙ୍କୁ ୪ କୋଟି ୧୩ ଲକ୍ଷ ୮୮ ହଜାର ୯୯୬ ଟଙ୍କା ଅର୍ଥରାଶି ଫେରାଇଛନ୍ତି । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଚିଟଫଣ୍ଡ ନିବେଶକଙ୍କ ଖାତାକୁ ଅର୍ଥରାଶି ଟ୍ରାନ୍ସଫର କରିଛନ୍ତି ।

ଏ ପର୍ଯ୍ୟନ୍ତ ୮୧ ହଜାର ୨୦୪ ପୀଡିତ ନିବେଶକଙ୍କୁ ୩୭ କୋଟି ୯୨ ଲକ୍ଷ ୯୯ ହଜାର ୬୫୬ ଟଙ୍କା ଫେରାଯାଇ ସାରିଛି । ଛତିଶଗଡରେ ଏ ପର୍ଯ୍ୟନ୍ତ ୨୦୮ ଚିଟଫଣ୍ଡ କମ୍ପାନୀ ବିରୁଦ୍ଧରେ ମାମଲା ରୁଜୁ ହୋଇଛି ଓ ୭୦୦ରୁ ଅଧିକ ପଦାଧିକାରୀଙ୍କୁ ଗିରଫ କରାଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଛତିଶଗଡରେ ଠକେଇ କରିଥିବା ଚିଟଫଣ୍ଡ କମ୍ପାନୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଠକେଇ କରିଥିବା ଚିଟଫଣ୍ଡ କମ୍ପାନୀର ସମ୍ପତ୍ତି ଜବତ କରାଯାଇ ନିବେଶକଙ୍କ ରାଶି ଫେରସ୍ତ କରାଯାଉଛି ।

Get real time updates directly on you device, subscribe now.