fbpx

ଚିତ୍ତଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟ ବଢ଼ାଇଲା ସସପେନ୍ସ: ଫୋରେନସିକ୍ ଲ୍ୟାବ ଖୋଲିବ ମୃତ୍ୟୁ ରହସ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଚିତ୍ତ ରଞ୍ଜନ ପଲେଇଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ନୂଆ ଅପଡେଟ୍ ଆସିଛି । ପୋଷ୍ଟ ମର୍ଟମ ରିପୋର୍ଟଙ୍କୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ) । ତେବେ ଏହି ରିପୋର୍ଟକୁ ଯାଞ୍ଚ ପାଇଁ ରାଜ୍ୟ ଫୋରେନସିକ ଲ୍ୟାବକୁ ପଠାଯାଇଛି । ପାଣିରେ ବୁଡ଼ି ବା ଅନ୍ୟ କେଉଁ କାରଣରୁ ଚିତ୍ତଙ୍କର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ଫୋରେନସିକ ଲ୍ୟାବରୁ ରିପୋର୍ଟ ଆସିବା ପରେ ମୃତ୍ୟୁ ପଛର କାରଣ ସ୍ପଷ୍ଟ ହେବ । ତେବେ ଗତକାଲି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଥିବା ବେଳେ ତାହାକୁ ସମ୍ପୃକ୍ତ ଥାନାକୁ ହସ୍ତାନ୍ତର କରାଯାଇଛି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଅଭିଯୁକ୍ତ ଜଗନ୍ନାଥ ଷଡ଼ଙ୍ଗୀର ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିଲା । ଆବଶ୍ୟକ ପଡ଼ିଲେ ଅଟକ ଥିବା ଅନ୍ୟମାନଙ୍କର ମଧ୍ୟ ଟେଷ୍ଟ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଥିଲେ । ନଦୀପଠାରୁ ଜବତ କରାଯାଇଥିବା ରକ୍ତ ନମୂନା ପରୀକ୍ଷା ରିପୋର୍ଟକୁ ମଧ୍ୟ ଅପେକ୍ଷା କରାଯାଇଛି । କାରଣ ଉକ୍ତ ରକ୍ତ ଚିତ୍ତ, ଜଗନ୍ନାଥ କି ଆଉ କାହାର ସ୍ପଷ୍ଟ ହେବା ପରେ ଏହି ହତ୍ୟାକାଣ୍ଡ ପଛରେ କେତେଜଣ ସାମିଲ ଅଛନ୍ତି ତାହା ସ୍ପଷ୍ଟ ହୋଇଯିବ । ଗତ ୧୫ ତାରିଖରେ ଏହି ମାମଲାର ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ ଡିଜିପି ଅଭୟ । ଗତ ୧୧ ତାରିଖ ଦିନ ରାତି ୯ଟାରେ କିଛି ବ୍ୟକ୍ତି ଚିତ୍ତଙ୍କୁ ଘରୁ ଡାକି ନେବା ପରେ ସେ ଆଉ ଘରକୁ ଫେରିନଥିଲେ । ପରେ ୧୩ ତାରିଖ ଦିନ ଚିତ୍ତଙ୍କ କ୍ଷତବିକ୍ଷତ ଶବ ପୁରୀର ଗଡ଼ମୃଗଶିରା ନିକଟସ୍ଥ ନୂଆନଈରୁ ପୋଲିସ ଜବତ କରିଥିଲା ।

Get real time updates directly on you device, subscribe now.