fbpx
BSKY
BJD MC SKY
BJD YOUTH SKY

ବୋଲେରୋ-ବସ୍ ମୁହାଁମୁହିଁ: ୫ ମୃତ, ୬ ଗୁରତର

ଭୋପାଲ: ମଙ୍ଗଳବାର ଅପରାହ୍ନ ପ୍ରାୟ ୧୨ ଟା ସମୟରେ ରାୟପୁରା ପୋଲିସ ଷ୍ଟେସନର ବାଗ୍ରେହି ଲାଲାପୁର ନିକଟରେ ଏକ ପରିବହନ ବିଭାଗର ଜନରଥ ବସ୍ ଏବଂ ଏକ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଯେଉଁଥିରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି।

ଯେଉଁମାନେ କମ୍ୟୁନିଟି ହେଲ୍ଥ ସେଣ୍ଟର ରାମନଗର ଏବଂ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏପର୍ଯ୍ୟନ୍ତ ମୃତ ଓ ଆହତଙ୍କ ପରିଚୟ ମିଳିପାରି ନାହିଁ। ବୃନ୍ଦା ଠାରୁ ଅଯୋଧ୍ୟାକୁ ଯାଉଥିବା ଜନରଥ ବସ୍ ମଙ୍ଗଳବାର ସକାଳ ପ୍ରାୟ ୧୧.୪୫ ସମୟରେ ଚିତ୍ରକୋଟ ଛାଡିଥିଲା। ବସ୍ ରାୟପୁରା ପୋଲିସ୍ ଷ୍ଟେସନର ବାଗ୍ରେହି ଗ୍ରାମ ନିକଟରେ ପହଞ୍ଚିବା ମାତ୍ରେ ଆଗରୁ ଆସୁଥିବା ବୋଲେରୋ ସହିତ ସିଧାସଳଖ ଧକ୍କା ହୋଇଥିଲା। ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ ବୋଲେରୋ ଖଣ୍ଡ ଖଣ୍ଡ ହୋଇଯାଇଛି।

Get real time updates directly on you device, subscribe now.