fbpx
BSKY
BJD MC SKY
BJD MS SKY

ପ୍ରକାଶ ପାଇଲା ଯୁକ୍ତଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ

ଭୁବନେଶ୍ୱର: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଯୁକ୍ତଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶ ପାଇଛି। ପରୀକ୍ଷାର୍ଥୀମାନେ www.orissaresults.nic.in ଏବଂ chseodisha.nic.in ରେ ନିଜର ରେଜଲ୍ଟ ଜାଣିପାରିବେ। ଚଳିତ ବର୍ଷ +୨ କଳାରେ ପାସ୍ ହାର ୭୮.୮୮ % ରହିଛି ମୋଟ ୧ ଲକ୍ଷ ୮୧ ହଜାର ୮୬୯ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ବିଜ୍ଞାନ ପରି କଳାରେ ମଧ୍ୟ ପୁଅ ମାନଙ୍କୁ ପଛରେ ପକାଇଛନ୍ତି ଝିଅମାନେ ଆଗରେ ରହିଛନ୍ତି । ପୁଅ ମାନଙଯକର ପାସ୍ ହାର ୭୦.୪୩% ରହିଥିବା ବେଳେ ଝିଅ ମାନଙ୍କ ପାସ୍ ହାର ୮୫.୬୭% ରହିଛି। ୮୪.୯୭% ସହିତ ବାଲେଶ୍ୱର ଜିଲ୍ଲା ପାସ୍ ହାର ସର୍ବାଧିକ ରହିଥିବା ବେଳେ ୭୦.୭୪ ସହିତ ନବରଙ୍ଗପୁର ପାସ୍ ହାରରେ ସର୍ବନିମ୍ନ ରହିଛି।

ସୂଚନାଯୋଗ୍ୟ ୨୦୨୩ ବର୍ଷ ପାଇଁ ମାର୍ଚ୍ଚ ୧ ତାରିଖରୁ ଏପ୍ରିଲ୍ ୫ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ୬୫ ଟି ଅଫଲାଇନ୍ କେନ୍ଦ୍ର ଏବଂ ୩୯ଟି ଅନଲାଇନ୍ କେନ୍ଦ୍ରରେ ଖାତା ଦେଖା ହୋଇଥିଲା । କଳାରେ ୨ ଲକ୍ଷ ୧୯ ହଜାର ୧୧୦ ଜଣ ପରୀକ୍ଷା ଦେଇଥିବା ବେଳେ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

ପୁର୍ବରୁ ଗତ ମାସ ୩୧ ତାରିଖରେ ଯୁକ୍ତ-୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ବିଜ୍ଞାନରେ ପାସ୍ ହାର ୮୪.୯୩ ପ୍ରତିଶତ ଥିବା ବେଳେ ବାଣିଜ୍ୟରେ ୮୧.୧୨ ପ୍ରତିଶତ ରହିଥିଲା । ଯାହା ଗତ ବର୍ଷର ପାସ୍ ହାରଠାରୁ କମ୍ ରହିଛି ।

Get real time updates directly on you device, subscribe now.