fbpx
BSKY
BJD YOUTH SKY
BJD MS SKY

ଦିନରେ କେତେ ସମୟ ଓ କେତେ ଭଲ୍ୟୁମରେ ଇୟରଫୋନ୍ ବ୍ୟବହାର କରିବେ ଜାଣିନିଅନ୍ତୁ

ଆଜିକାଲି ପ୍ରାୟ ସମସ୍ତେ ଇୟରଫୋନ୍ ବ୍ୟବହାର କରୁଛନ୍ତି । ତେବେ ଏହି ଇୟରଫୋନ୍ ର ଅଧିକ ବ୍ୟବହାର କାନ ପାଇଁ ବହୁତ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ଏପରିକି ଆପଣଙ୍କ ଶ୍ରବଣ ଶକ୍ତି ବି ଚାଲିଯାଇପାରେ । ଏଣୁ ଆପଣ ବି ଇୟରଫୋନ୍ ବ୍ୟବହାର କରୁଥିଲେ ସାବଧାନ ହୋଇ ଯାଆନ୍ତୁ ।
ଟ୍ରାଭେଲିଂ ସମୟରେ, ୱାର୍କଆଉଟ୍ କରିବା ସମୟରେ ଏବଂ ରାତିରେ ଫିଲ୍ମ ଦେଖିବା ସମୟରେ ଇୟରଫୋନ୍ ବ୍ୟବହାର କରିବା ଏକ ସାଧାରଣ କଥା । ଏବେ ତ ଇୟରବଡ୍ ଆସିବା ପରେ ତାର ଅଡୁଆରୁ ମୁକ୍ତି ମିଳିଗଲାଣି । ଫଳରେ ଲୋକମାନେ ପ୍ରାୟ ସବୁ ସମୟରେ ଏହାକୁ କାନରେ ଲଗାଇ ରଖୁଛନ୍ତି । ଏହା ଦେଖିଲେ ଲାଗୁଛି ସତେ ଯେମିତି ଇୟରବଡ୍ ଆମ ଜୀବନର ଏକ ଅଂଶ ପାଲଟିଗଲାଣି । କିନ୍ତୁ ବହୁ ସମୟ ପର୍ଯ୍ୟନ୍ତ ଏହି ଇୟରବଡ୍ ବ୍ୟବହାର କରିବା ଦ୍ୱାରା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ଭୋଗିବାକୁ ପଡିପାରେ । ଏହା ଅଧିକ ସମୟ ବ୍ୟବହାର କରିବା ଦ୍ୱାରା ଆମେ କାନ ସଂକ୍ରମଣ ସହିତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ବି ସାମ୍ନା କରିପାରୁ ।

ଦିଲ୍ଲୀର ଏକ ହସ୍ପିଟାଲର ଡାକ୍ତର ଉତ୍ତରପ୍ରଦେଶ ଗୋରଖପୁରର ଜଣେ ୧୮ ବର୍ଷୀୟ ବାଳକର ଅସ୍ତ୍ରୋପଚାର କରିଛନ୍ତି । ଯିଏ କି ଅଧିକ ସମୟ ଇୟରଫୋନ୍ ବ୍ୟବହାର କାରଣରୁ ନିଜର ଶ୍ରବଣ କ୍ଷମତା ହରାଇ ସାରିଥିଲା । ତେବେ ଅପରେସନ୍ ସଫଳ ହେବା ପରେ ପିଲାଟି ତାର ଶୁଣିବାର କ୍ଷମତା ଫେରିପାଇଛି ।

ତେବେ ଆପଣ ବି ଇୟରଫୋନ୍ ବ୍ୟବହାର କରୁଥିଲେ ଦିନରେ କେତେ ସମୟ ଏହାର ବ୍ୟବହାର କରିବେ, ଏହାର ଭଲ୍ୟୁମ୍ କେତେ ହେବା ଉଚିତ ଏ ସମ୍ବନ୍ଧରେ ଭଲ ଭାବେ ଜାଣିନେବା ଉଚିତ । ଏଠାରେ ସୂଚାଇ ଦିଆଯାଇପାରେ ଯେ, ୧୦୦ ଡେସିବଲ୍ରୁ ଅଧିକ ଭଲ୍ୟୁମରେ ଶୁଣିବା ଦ୍ୱାରା ୧୫ ମିନିଟ୍ ଭିତରେ ଆପଣଙ୍କ କାନକୁ କ୍ଷତି ପହଞ୍ôଚପାରେ । ୧୦୦ ଡେସିବଲ ବି ବହୁତ ଅଧିକ ହୋଇଥାଏ । ଯେତେବେଳେ ଆପଣ ହେଡଫୋନ୍ ବ୍ୟବହାର କରିଥାନ୍ତି ସେତେବେଳେ ଭଲ୍ୟୁମ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ । ଏଣୁ ଆପଣ ଏହି ଭଲ୍ୟୁମର ୬୦ପ୍ରତିଶତ ଟପିବା ଉଚିିତ ନୁହେଁ । ଏହା ବ୍ୟତିତ ଆପଣ କେତେ ସମୟ ପର୍ଯ୍ୟନ୍ତ ଇୟରଫୋନ୍ ବ୍ୟବହାର କରିବେ ଏହା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା । ପ୍ରତି ୩୦ ମିନିଟ୍ ରେ ଥରେ ଆପଣ ଏହି ହେଡଫୋନ୍ କାଢି ରଖିଦେବା ଉଚିତ । ଏହା ସହିତ ଭଲ୍ୟୁମ୍ ମଧ୍ୟ ମଝିରେ ମଝିରେ ଚେକ୍ କରନ୍ତୁ ।

 

Get real time updates directly on you device, subscribe now.