fbpx

ଫ୍ରାନ୍ସର ଆନେସି ସହରରେ ପିଲାଙ୍କ ଉପରେ ଛୁରୀ ଆକ୍ରମଣ, ଅନେକ ଗୁରୁତର ଆହତ

ଫ୍ରାନ୍ସ: ଫ୍ରାନ୍ସର ଆନେସି ସହରର ଏକ ପାର୍କରେ ଜଣେ ଦୁର୍ବୁତ୍ତ କିଛି ପିଲାଙ୍କ ଉପରେ ଛୁରୀ ଆକ୍ରମଣ କରିଥିଲା। ଏହି ଘଟଣାରେ ଚାରି ଜଣ ବ୍ୟକ୍ତିଙ୍କ ସମେତ ପାଞ୍ଚ ଜଣ ଶିଶୁ ଆହତ ହୋଇଥିବା କୁହାଯାଇଛି।

ଫ୍ରାନ୍ସ ପୋଲିସ ଦେଇଥିବା ବିବୃତ୍ତି ଅନୁଯାୟୀ, କିଛି ଲୋକେ ତାଙ୍କ ପିଲାମାନଙ୍କୁ ନେଇ ପାର୍କ ଯାଇଥିଲେ। ହଠାତ ସେଠାରେ ଜଣେ ଆକ୍ରମଣକାରୀ ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କ ଉପରକୁ ଛୁରୀ ଆକ୍ରମଣ କରିଥିଲେ। ତେବେ ସେହି ଆକ୍ରମଣକାରୀଙ୍କୁ ଗିରଫ କରାଯାଇଛି।

ଘଟଣାସ୍ଥଳରେ ଆହତଙ୍କୁ ହସ୍ପିଟାଲ ଭର୍ତ୍ତି କରାଯାଇଛି। ଜଣେ ଅଧିକାରୀ କହିଛନ୍ତି ଯେ, ଏହି ଘଟଣା ଅମାନବୀୟ ଏବଂ ଏହାର ତଦନ୍ତ କରାଯାଉଛି। ଏହି ସମୟରେ ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଏଲିଜାବେଥ ବୋର୍ନ ମଧ୍ୟ ଘଟଣାସ୍ଥଳକୁ ଯାଇଛନ୍ତି।

Get real time updates directly on you device, subscribe now.