fbpx
BSKY
BJD MC SKY
BJD MS SKY

ଅଧିକ ଝାଳ ବାହାରିବା ଆପଣଙ୍କୁ କରିପାରେ ଅସୁସ୍ଥ, ଏହାକୁ ଏଡାଇବା ପାଇଁ ମନେରଖନ୍ତୁ କିଛି ଟିପ୍ସ

ଝାଳ ବାହାରିବା ଏକ ପ୍ରାକୃତିକ ପ୍ରକ୍ରିୟା । ଗ୍ରୀଷ୍ମ ଆର୍ଦ୍ରତା ହେତୁ ଏହା ଅଧିକ ମାତ୍ରାରେ ବାହାରିଥାଏ । ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ଝାଳ ବାହାରିଥାଏ । ଏହା ଶରୀରକୁ ଥଣ୍ଡା ରଖେ ଏବଂ ମଇଳା ସହଜରେ ବାହାରିଯାଏ । ସେଥିପାଇଁ ଝାଳ ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି ବିବେଚନା କରାଯାଏ । କିନ୍ତୁ ଯଦି ଏହି ଝାଳ ଅତ୍ୟଧିକ ବାହାରେ, ତେବେ ଏହା ଅସୁବିଧାର କାରଣ ହୋଇପାରେ । ଅତ୍ୟଧିକ ଝାଳ ଯୋଗୁଁ ଶରୀରରୁ ଦୁର୍ଗନ୍ଧ ଆସିଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ସହଜ ଉପାୟଗୁଡ଼ିକ ବିଷୟରେ ଆସନ୍ତୁ ଜାଣିବା …

ଯୋଗ
ଯଦି କାହାଠାରୁ ଅତ୍ୟଧିକ ଝାଳ ବାହାରୁଛି, ତେବେ ଯୋଗ ସର୍ବୋତ୍ତମ ବିକଳ୍ପ ହୋଇପାରେ । ପ୍ରତିଦିନ ଯୋଗ କରିବା ଦ୍ୱାରା ଝାଳ ସମସ୍ୟାରୁ ମୁକ୍ତି ମିଳିଥାଏ । ଝାଳକୁ ନିୟନ୍ତ୍ରଣ କରିବା ଏହା ଏକ ପ୍ରାକୃତିକ ଉପାୟ । ସ୍ୱାସ୍ଥ୍ୟ ସହିତ ଜଡିତ ଅନେକ ସମସ୍ୟା ମଧ୍ୟ ପ୍ରତିଦିନ ଯୋଗ କରି ହ୍ରାସ କରାଯାଇପାରେ ।

କେବଳ ସୂତା ପୋଷାକ ପିନ୍ଧିବା :-
ଗ୍ରୀଷ୍ମ ଋତୁରେ ଝାଳ ବାହାରିବା ଅତି ସାଧାରଣ, କିନ୍ତୁ ଅତ୍ୟଧିକ ଝାଳରୁ ରକ୍ଷା ପାଇବା ପାଇଁ ସୂତା ପୋଷାକ ପିନ୍ଧନ୍ତୁ । ସୂତା ପୋଷାକ ଟି-ସାର୍ଟ, କୁର୍ତ୍ତା, ପ୍ୟାଣ୍ଟ ଝଳେକୁ ଶୋଷିଥାଏ ଏବଂ ଏହାକୁ ଅସ୍ୱାଭାବିକତା ସୃଷ୍ଟି କରିବାକୁ ଦେଇନଥାଏ । ସେଥିପାଇଁ କେବଳ ହାଲୁକା ଏବଂ ସୂତା ପୋଷାକ ବ୍ୟବହାର କରନ୍ତୁ ।

ଚା’ କଫି୍ ଠାରୁ ଦୂରରେ ରୁହନ୍ତୁ :-
ଯଦି ଆପଣଙ୍କ ଶରୀରରୁୁ ଆବଶ୍ୟକତାଠାରୁ ଅଧିକ ପରିମାଣରେ ଝାଳ ବାହାରୁଛି ଏବଂ ଏହାକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି, ତେବେ କଫିନ୍ ଠାରୁ ଦୂରେଇ ରୁହନ୍ତୁ । ଏହିପରି ଜିନିଷ ଆଦୌ ଖାଆନ୍ତୁ ନାହିଁ, ଯାହା ଅତ୍ୟଧିକ ଝାଳର କାରଣ ହୋଇଥାଏ । ବହୁତ କମ୍ ପରିମାଣରେ ଚା-କଫି ପିଅନ୍ତୁ । ଯଦି ଆପଣ ଅଧିକ ଚା ପିଉଛନ୍ତି ତେବେ ଏହାକୁ ହ୍ରାସ କରିବାକୁ ଚେଷ୍ଟା କରନ୍ତୁ ।

ଜୁସ୍ ପିଅନ୍ତୁ :-
ଖରାଦିନେ ଜୁସ୍ ପିଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ଶରୀରକୁ ଥଣ୍ଡା ରଖେ । ଜୁସ୍ ମଧ୍ୟ ଝାଳ ସମସ୍ୟାରୁ ମୁକ୍ତି ଦେଇପାରେ । ଯଦି ଆପଣ ଅତ୍ୟଧିକ ଝାଳ ଦ୍ୱାରା ଅସୁବିଧାରେ ପଡ଼ନ୍ତି ତେବେ ପ୍ରତିଦିନ ଜୁସ୍ ପିଅନ୍ତୁ । ଏହା ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ ଏବଂ ଶରୀରକୁ ଥଣ୍ଡା ରଖେ । ଏହି ଟିପ୍ସଗୁଡିକ ସହିତ ଆପଣ ଖରାଦିନେ ଶରୀରକୁ ସୁରକ୍ଷିତ ରଖିପାରିବେ ଏବଂ ଏହା ଝାଳକୁ ମଧ୍ୟ ହ୍ରାସ କରିବ ।

Get real time updates directly on you device, subscribe now.