fbpx

ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି: ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷାର ଟାଇମ୍ ଟେବୁଲ୍ ଜାରି ହେଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଅପଡେଟ୍ । ଯୁକ୍ତଦୁଇ ବାର୍ଷିକ ପରୀକ୍ଷାର ଟାଇମ୍ ଟେବୁଲ୍ ଜାରି କରାଯାଇଛି । କେଉଁ ଦିନ କେଉଁ ସମୟରେ କେଉଁ ବିଷୟ ପରୀକ୍ଷା ରହିଛି ତାହାକୁ ଛାତ୍ରଛାତ୍ରୀମାନେ ଚେକ୍ କରିପାରିବେ । ଫେବୃଆରୀ ମାସ ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ), ଓଡ଼ିଶା ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

କଳା, ବିଜ୍ଞାନ, ବାଣିଜ୍ୟ ସମେତ ଡିଷ୍ଟାନ୍ସ ମୋଡ଼ରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଟାଇମ୍ ଟେବୁଲ ଜାରି କରଯାଇଛି । ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ଲିଙ୍କକୁ ଯାଇ ନିଜ ନିଜର ପରୀକ୍ଷା ସମ୍ବନ୍ଧୀୟ ବିବରଣୀ ପାଇ ପାରିବେ । ୧୬ ତାରିଖ ଶୁକ୍ରବାର ଦିନ ସକାଳ ୧୦ଟାର ମଧ୍ୟାହ୍ନ ୧ଟାରେ ବିଜ୍ଞାନ ଓ ଏମଆଇଏଲ (ଓଡ଼ିଆ) ପରୀକ୍ଷା ରହିଛି । ରେଗୁଲାର ଓ ଏକ୍ସ-ରେଗୁଲାର ପିଲାଙ୍କ ପାଇଁ ଏହା ସ୍ଥିରୀକୃତ ହୋଇଛି ।

ସେହିପରି ୧୭ ତାରିଖ ଶନିବାର ଦିନ ସମାନ ସମୟରେ କଳା ଓ ବାଣିଜ୍ୟ ପିଲାଙ୍କର ପରୀକ୍ଷା ହେବ । ଛାତ୍ରଛାତୀଙ୍କ ପାଇଁ ସବଜେକ୍ଟ କୋଡ୍ ଜାରି କରାଯାଇଛି । ୨୦୨୦, ୨୦୨୧ ଓ ୨୦୨୨ ରେଜିଷ୍ଟ୍ରେସନ କୋଡ୍ ମଧ୍ୟ ଦିଆଯାଇଛି । ୧୯ ତାରିଖ ସୋମବାର ଦିନ ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ହେବ । ସକାଳ ୧୦ରୁ ୧ଟା ମଧ୍ୟରେ ବିଜ୍ଞାନ ପରୀକ୍ଷା ରହିଥିବା ବେଳେ ୧୦ଟାର ୧୨.୩୦ ପର୍ଯ୍ୟନ୍ତ ଧନ୍ଦାମୂଳକ ପରୀକ୍ଷା ଅନୁଷ୍ଠିତ ହେବ ।

ପରୀକ୍ଷା ଟାଇମ୍ ଟେବୁଲ: https://chseodisha.nic.in/sites/default/files/Schedule%20PDF/Programme%20for%20Annual%20H.S.Examination%2C%202024.pdf

Get real time updates directly on you device, subscribe now.