କଲେଜ ମାନଙ୍କୁ ଇନଭିଜିଲେଟର ତାଲିକା ମାଗିଲା CHSE, ଏହି ତାରିଖ ସୁଦ୍ଧା ଦାଖଲ ନିର୍ଦେଶ

ଭୁବନେଶ୍ୱର: ସମସ୍ତ କଲେଜ ପ୍ରିନ୍ସିପାଲଙ୍କ ଠାରୁ ଇନଭିଜିଲେଟର ତାଲିକା ମାଗିଲେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଅକ୍ଟୋବର ୧୯ ରୁ ନଭେମ୍ବର ୭ ମଧ୍ୟରେ ତାଲିକା ଦାଖଲ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମୟ ପୂର୍ବରୁ ତାଲିକା ଦାଖଲ ନହେଲେ ପିଲାମାନେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଏହାବାଦ୍ ତ୍ରୁଟିପୂର୍ଣ୍ଣ କଲେଜଗୁଡ଼ିକୁ ଆଡମିଟ୍ କାର୍ଡ ପ୍ରଦାନ କରାଯିବ ନାହିଁ ବୋଲି ମଧ୍ୟ ବୋର୍ଡ ପକ୍ଷରୁ କୁହାଯାଇଛି।