fbpx

ପରଦାକୁ ଫେରିବ CID… ACP-ଦୟା-ଅଭିଜିତ କରିବେ Investigation: Sony ଚାନେଲରେ ପରିବର୍ତ୍ତନ

ମୁମ୍ବାଇ: ଖୁବଶୀଘ୍ର ଛୋଟ ପରଦାକୁ ଫେରୁଛି ଲୋକପ୍ରିୟ Detective Series CID । ଦର୍ଶକଙ୍କ ଅନେକ ଦିନର ଅପେକ୍ଷା ଏବେ ଶେଷ ହେବାକୁ ଯାଉଛି । ପୁଣିଥରେ ସସପେନ୍ସ, ଥ୍ରିଲର ଏବଂ ଆକ୍ସନ ସହ ଫେରିବ CIDର ନୂଆ ସିରିଜ । ଏଥିପାଇଁ ସୋନୀ ଚାନେଲ ପ୍ରସ୍ତୁତି ଆରମ୍ଭ କରିଥିବା ସୂଚନା ମିଳିଛି । ଏଥିପାଇଁ କିଛି ନୂଆ ଶୋ’ ବନ୍ଦ କରିବାରେ ଲାଗିଛି ଚାନେଲ । ନିକଟରେ କମେଡିଆନ୍ ଜାକିର ଖାନଙ୍କ ‘ଆପକା ଆପନା ଜାକିର’ ଶୋ’ ବନ୍ଦ ହେବା ପରେ CIDର କମବ୍ୟାକ ପାଇଁ ଅପେକ୍ଷା କରିଛନ୍ତି ଦର୍ଶକ ।

Sony ଚାନେଲ ବର୍ତ୍ତମାନ ଅନେକ କିଛି ଶୋ’ ବନ୍ଦ କରିଛି । ତେବେ ଏହି ସମସ୍ତ ସିରିଏଲ ଏବଂ ଶୋ’ ସ୍ଥାନରେ ନିଜର କିଛି ପୁରୁଣା ସିରିଏଲ ବା ସିରିଜକୁ କମବ୍ୟାକ କରାଇବା ପାଇଁ ଚାନେଲ ଚିନ୍ତା କରିଛି । ଏହି ତାଲିକାରେ ସବୁଠୁ ଆଗରେ ରହିଛି କ୍ରାଇମ ଥ୍ରିଲର ସିରିଜ ‘CID’ । ‘କ୍ରାଇମ ପେଟ୍ରୋଲ’ ଏବଂ ଧାର୍ମିକ ଶୋ’ ‘ମେରେ ସାଇ’ ଚାନେଲରେ କମବ୍ୟାକ କରି ସାରିଛି । ରିପୋର୍ଟରୁ ଜଣାଯାଇଛି ଯେ, ପୁରୁଣା ସିରିଏଲର ରୂପାନ୍ତରଣ ନୂଆ ଶୋ’ ଅପେକ୍ଷା ଅଧିକ ନମ୍ବର ହାସଲ କରିଛନ୍ତି । ତେବେ ‘କ୍ରାଇମ ପେଟ୍ରୋଲ’ ଏବଂ ‘ମେରେ ସାଇ’ ଟିଭିରେ କମବ୍ୟାକ କରିବା ପରେ ଖୁବଶୀଘ୍ର CID ମଧ୍ୟ ପରଦାକୁ ଫେରିବ ବୋଲି କୁହାଯାଉଛି । ଏହାସହିତ ଲୋକପ୍ରିୟ ଡିଟେକ୍ଟିଭ ଶୋ’ ପ୍ରଡକ୍ସନକୁ ପୁଣିଥରେ ଆରମ୍ଭ କରିବା ପାଇଁ ପ୍ରୟାସ ଜାରି ରହିଛି ।

ଅଗଷ୍ଟ ମାସରେ କମେଡିଆନ୍ ଜାକିର ଖାନଙ୍କ ‘ଆପକା ଆପନା ଜାକିର’ ଶୋ’ ଲଞ୍ଚ୍ ହୋଇଥିବା ବେଳେ ଏହା ଦର୍ଶକଙ୍କ ପାଖରେ ପହଞ୍ଚିବାରେ ବିଫଳ ହୋଇଛି । ଜାକିର ଅସୁସ୍ଥ ଥିବା ବେଳେ ଟିମ୍ ବ୍ରେକ ନେଇଥିଲା, କିନ୍ତୁ ପରେ ଏହା ପୁଣିଥରେ ଶୁଟିଙ୍ଗ ହୋଇ ପାରି ନାହିଁ । ତେବେ ଚାନେଲ ଏହି ଶୋ’ ବନ୍ଦ କରିବା ନେଇ ଘୋଷଣା କରିଛି । ସେପଟେ ‘କାବ୍ୟା: ଏକ ଜଜବା’, ‘ପୁକାର ଦିଲ ସେ ଦିଲ ତକ” ଏବଂ ‘ଜୁବଲୀ ଟକିଜ’ ଭଳି କିଛି ସିରିଏଲର ପ୍ରଡକ୍ସନ ମଧ୍ୟ ବନ୍ଦ କରିଛି ଚାନେଲ । ଏସବୁ ବର୍ତ୍ତମାନ ନିଜର ଶେଷ କିଛି ଏପିସୋଡ ଉପରେ କାମ କରିବେ । ତେଣୁ ଆସନ୍ତା କିଛି ସପ୍ତାହ ପର୍ଯ୍ୟନ୍ତ ଏହାର ଏପିସୋଡରେ ଟେଲିକାଷ୍ଟ କରାଯିବ ।

Get real time updates directly on you device, subscribe now.