fbpx

CISFକୁ ମିଳିଲା ଅଯୋଧ୍ୟା ବିମାନ ବନ୍ଦରର ସୁରକ୍ଷା ଦାୟିତ୍ୱ: ପ୍ରାଣ ପ୍ରତିଷ୍ଠା ପୂର୍ବରୁ ବଡ଼ ନିଷ୍ପତ୍ତି

Advertisement

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହି ଉତ୍ସବରେ ଅନେକ ବଡ଼ ବଡ଼ ଲୋକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବାରୁ ସୁରୀକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି ସରକାର । ତେଣୁ ଅଯୋଧ୍ୟାରେ ପ୍ରସ୍ତୁତ ହୋଇଥିବା ନବନିର୍ମିତ ବିମାନ ବନ୍ଦରର ସୁରକ୍ଷା ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ସିଆଇଏସଏଫକୁ ମହର୍ଷି ବାଲ୍ମିକୀ ଅନ୍ତର୍ଜାତୀୟ ଏୟାରପୋର୍ଟର ସୁରକ୍ଷା ବ୍ୟବସ୍ଥାର ଗୁରୁଦାୟିତ୍ୱ ପ୍ରଦାନ କରିଛନ୍ତି ।

ପ୍ରଥମେ ଏହା ଉତ୍ତରପ୍ରଦେଶର ସ୍ପେଶାଲ ସିକ୍ୟୁରିଟି ଫୋର୍ସ(ଟଚଝଝୠ) କୁ ଏହି ଦାୟିତ୍ୱ ଦିଆ ଯାଇଥିଲା । କିନ୍ତୁ ବର୍ତ୍ତମାନ ଏହାକୁ ସିଆଇଏସଏଫକୁ ହସ୍ତାନ୍ତର କରାଯାଇଛି । ଆସନ୍ତା କିଛି ଦିନ ମଧ୍ୟରେ ଏଠାରେ ଆବଶ୍ୟକୀୟ ସିଆଇଏସଏଫ ୟୁନିଟ ମୁତୟନ କରାଯିବ । ଆସନ୍ତା ୨୨ ତାିରଖରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବାକୁ ଯାଉଛନ୍ତି । ତେଣୁ ଏହି ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥା ସିଆଇଏସଏଫକୁ ହସ୍ତାନ୍ତର କରାଯାଇଛି ।

Get real time updates directly on you device, subscribe now.