fbpx
BSKY
BJD MC SKY
BJD MS SKY

ସଂକ୍ରମଣରୁ ରୋକିବାରେ କପଡା ମାସ୍କ ସୁରକ୍ଷିତ ନୁହେଁ: ସତର୍କ କରାଇଲେ ବିଶେଷଜ୍ଞ

ନୂଆଦିଲ୍ଲୀ:ଦିନକୁ ଦିନ ବିଶ୍ବର ବିଭିନ୍ନ ଦେଶରେ ଓମିକ୍ରନ୍‌ କରୋନା ଭୂତାଣୁ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ରଙ୍ଗୀନ ଓ ପୁନଃ ପୁନଃବ୍ୟବହାର ଉପଯୋଗୀ କପଡ଼ା ମାସ୍କ୍‌ ବ୍ୟବହାର ବିପକ୍ଷରେ ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ ସେବାର ପ୍ରଧ୍ୟାପକ ଟ୍ରିସ୍‌ ଗ୍ରିନ୍‌ହାଲଗ୍‌ କହିଛନ୍ତି, ଯେ କପଡ଼ା ମାସ୍କ୍‌ ଯେତିକି ଭଲ, ସେତିକି ଭୟଙ୍କର । ମିଶ୍ରିତ ସାମଗ୍ରୀରେ ନିର୍ମିତ ଦୁଇ କିମ୍ବା ତିନି-ଥାକିଆ ମାସ୍କ୍‌। ଅଧିକ ଫଳପ୍ରଦ ହୋଇଥିବା ବେଳେ କପଡ଼ା ମାସ୍କ୍‌। ଆକର୍ଷଣୀୟ ଫେସନ୍‌ ମାତ୍ର । ଗ୍ରିନ୍‌।ହାଲଗ୍‌ଙ୍କ କହିବା କଥା ହେଲା, କପଡ଼ା ମାସ୍କ୍‌ର ମୁଖ୍ୟ ଅଡୁଆ ହେଲା ସେଗୁଡ଼ିକର କୌଣସି ‘ସ୍ୱାସ୍ଥ୍ୟ ମାନ’ (ହେଲ୍‌ଥ୍‌ ଷ୍ଟାଣ୍ଡାର୍ଡ) ନାହିଁ । କିନ୍ତୁ, ‘ଏନ୍‌୯୫’ ଭଳି ରେସପାଇରେଟ? ମାସ୍କ୍‌ ସବୁ ୯୫% କଣିକା ଛାଣି ରଖୁଥିବା ସୁନିଶ୍ଚିତ କଥା । ଏହାଛଡ଼ା, ପିନ୍ଧିଥିବା ମାସ୍କ୍‌ ଯଦି ନାକ ଓ ପାଟିକୁ ଠିକ୍‌ ଭାବେ ଆବୃତ କରି ନ ପାରିଲା ତାହା ମୂଲ୍ୟହୀନ । ପୁଣି, ମାସ୍କ୍‌ ପିନ୍ଧି ସହଜରେ ଶ୍ୱାସପ୍ରଶ୍ୱାସ କରାଯିବା ମଧ୍ୟ ଅତ୍ୟାବଶ୍ୟକ । ଧୁଆ ଯାଇ ପୁଣି ବ୍ୟବହାର କରି ହେଉଥିବାରୁ ପରିବେଶ କିମ୍ବା ଅର୍ଥ ସଚେତନ ଗ୍ରାହକମାନେ କପଡ଼ା ମାସ୍କ୍‌ ଖରିଦ କରୁଛନ୍ତି । ମାତ୍ର ସେଗୁଡ଼ିକର ‘ଫିଲ୍‌ଟରେସନ୍‌ ଷ୍ଟାଣ୍ଡାର୍ଡ’ନେଇ ସନ୍ଦେହ ଉପୁଜିଛି ବୋଲି ବିଶେଷଜ୍ଞ କହିଛନ୍ତି ।

Get real time updates directly on you device, subscribe now.