fbpx

ନୋରା ଫତେହିଙ୍କ କାର୍‌ ଦୁର୍ଘଟଣା ଗ୍ରସ୍ତ: ଅଟୋକୁ ଧକ୍କା ଦେଲା ଅଭିନେତ୍ରୀଙ୍କ ଦାମୀ ଗାଡି

ମୁମ୍ବାଇ( ଭାସ୍କର ନ୍ୟୁଜ): ବଲିଉଡ ଅଭିନେତ୍ରୀ ନୋରା ଫତେହିଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି । ଖବର ମୁତାବକ, ଅଭିନେତ୍ରୀଙ୍କ କାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ତେବେ ଦୁର୍ଘଟଣା ଘଟିଥିବା ବେଳେ ନୋରା କାରରେ ନଥିଲେ । ଏକମାତ୍ର ତାଙ୍କର ଡ୍ରାଇଭର କାରରେ ଥିଲେ । ରିପୋର୍ଟ ଅନୁଯାୟୀ, ଦୁର୍ଘଟଣା ସମୟରେ ଅଭିନେତ୍ରୀ ପଞ୍ଜାବୀ ଗାୟକ ଗୁରୁ ରାନ୍ଧୱାଙ୍କ ସହ ତାଙ୍କ ନୂଆ ଗୀତ ‘ଡ୍ୟାନ୍ସ ମେରୀ ରାନୀ’ର ପ୍ରମୋସନାଲ ଇଭେଣ୍ଟରେ ଥିଲେ । କିନ୍ତୁ ଉଭୟ ଷ୍ଟାର୍‌ ସେହି କାରରେ ଯାଇ ଇଭେଣ୍ଟରେ ପହଞ୍ଚିଥିଲେ ।

ସୂଚନା ଅନୁଯାୟୀ, ନୋରା ଫତେହିଙ୍କ ଡ୍ରାଇଭର ଏକ ଅଟୋକୁ ଜୋରରେ ଧକ୍କା ଦେଇଛି । ପରେ ଲୋକମାନେ ଗାଡିକୁ ଘେରି ରାସ୍ତା ମଝିରେ ଡ୍ରାଇଭର କଲର ଧରିଥିଲେ । ନୋରା ଅଟୋ ଡ୍ରାଇଭରକୁ ୧୦୦୦ ଟଙ୍କା ଦେଇଥିଲେ, ଯାହା ପରେ ଲୋକମାନେ ତାଙ୍କୁ ଛାଡି ଦେଇଥିଲେ । ଉଭୟ ଡ୍ରାଇଭର ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି କିନ୍ତୁ ଉଭୟ ଗାଡି କ୍ଷତିଗ୍ରସ୍ତ ହୋଇଛି ।

Get real time updates directly on you device, subscribe now.