fbpx

ଏପରି ହୋଇଥାଏ ବାଦଲଫଟା ବର୍ଷା, ଦେଖନ୍ତୁ ଭୟଙ୍କର ଲାଇଭ୍ ଭିଡିଓ

ନୂଆଦିଲ୍ଲୀ: ବାଦଲ ଫଟା ବର୍ଷା ସର୍ବଦା ବିନାଶ ନେଇଆସିଥାଏ । ଯେଉଁଠାରେ ବି ବାଦଲ ଫାଟିଥାଏ ସେଠାରେ ବନ୍ୟା ପରିସ୍ଥିତି ଦେଖାଯାଇଥାଏ । ଭାରତର ଅନେକ ସ୍ଥାନରେ ବାଦଲ ଫାଟିବା ଘଟଣା ଆମେ ଦେଖିଛେ । ଖାସ୍ କରି ଉଚ୍ଚ ପାହାଡିଆ ଅଞ୍ଚଳରେ ଏହି ଘଟଣା ବିଶେଷ କରି ଦେଖାଯାଇଥାଏ । ତେବେ ଏହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ରହିଛି ଯେ, ବାଦଲ ଫାଟିଥାଏ କିପରି? ବାଦଲ ଫାଟିବା ସମୟରେ ବର୍ଷା କିପରି ପୃଥିବୀ ପୃଷ୍ଠକୁ ଆସିଥାଏ? ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ବାଦଲ ଫାଟିବାର ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି । ଭିଡିଓକୁ ଦେଖିବା ପରେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ ।

ଇନଷ୍ଟାଗ୍ରାମରେ ଜଣେ ୟୁଜର୍ ବାଦଲ ଫାଟିବାର ଲାଇଭ୍ ଦୃଶ୍ୟକୁ ସେୟାର୍ କରିଛନ୍ତି । ଯାହା ଆଶ୍ଚର୍ଯ୍ୟ କରୁଛି । ଏଥିରେ ଆପଣ ଦେଖିପାରିବେ ଯେ, କିପରି ବାଦଲ ଧୀରେ ଧୀରେ ଆଗକୁ ବଢ଼ିଥାଏ ଓ ଅଚାନକ ଉକ୍ତ ବାଦଲ ମଧ୍ୟରୁ ମୁଷଳଧାର ପାଣି ପଡ଼ିଥାଏ । ତେବେ ଏହି ଦୃଶ୍ୟରେ ପାଣି ନଦୀରେ ଯାଇ ପଡ଼ୁଛି ହେଲେ ଟିକେ ଅନୁମାନ କରନ୍ତୁ ଯଦି ଏହି ପାଣି ଯାଇ କୌଣସି ଜନବସତି ଉପରେ ପଡ଼େ ତାହେଲେ ସେଠାକାର ସ୍ଥିତି କଣ ହେବ?

Get real time updates directly on you device, subscribe now.