fbpx

ଜୁଲାଇ ପାଇଁ ନବୀନଙ୍କ ୯ ପରାମର୍ଶ, ଜାଣନ୍ତୁ କ’ଣ

ଭୁବନେଶ୍ୱର,୨୯/୬(ଓଡିଶା ଭାସ୍କର): କରୋନା ସଙ୍କଟ ସମୟ ମଧ୍ୟରେ ସବୁ ଜିଲ୍ଲାପାଳ ଓ ଏସପିଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଜୁଲାଇରେ କରୋନା ମୁକାବିଲା ପାଇଁ ପ୍ରସ୍ତାବ ଆହ୍ୱାନ କରିଛନ୍ତି ନବୀନ।୩ ମାସର ଅଭିଜ୍ଞତା ଭିତ୍ତିରେ ନିର୍ଭୀକ ଭାବେ ପ୍ରସ୍ତାବ ଦେବାକୁ ସେ ଆହ୍ୱାନ କରିଛନ୍ତି।

ଏହା ସହ କରୋନା ମୁକାବିଲା ପାଇଁ ୯ଟି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ଯେ, ପଞ୍ଚାୟତରେ କୋଭିଡ କେୟାର କମିଟି କରି ପାଣ୍ଠି ଖର୍ଚ୍ଚ କର, ତାଲିମ ଦିଅ।

ପ୍ରତି ପଞ୍ଚାୟତରେ ଟିଏମସି ଓ କୋଭିଡ କେୟାର ହୋମ କର।

କୋଭିଡ ଯୋଦ୍ଧାଙ୍କ ପ୍ରତି ଯତ୍ନଶାଳୀ ହେବାକୁ ନବୀନ ପରାମର୍ଶ ଦେଇଛନ୍ତି।

ମାସ୍କ ଓ ସାମାଜିକ ଦୂରତ୍ୱ ଉଲ୍ଲଙ୍ଘନକରିଙ୍କ ପ୍ରତି କଠୋର ଆଭିମୁଖ୍ୟ।

ଘରୋଇ ହସ୍ପିଟାଲଗୁଡିକୁ କରୋନା ନେଇ ସଚେତନ କର।

ମାସ୍କ ପିନ୍ଧୁ ନଥିବା ଲୋକଙ୍କ ପ୍ରତି ଶୂନ୍ୟ ସହିଷ୍ଣୁତା ନୀତି ଅବଲମ୍ବନ କର।

କୋରୋନା ମୁକାବିଲାରେ ସବୁ ସରକାରୀ ବିଭାଗକୁ ସାମିଲ କର।

Get real time updates directly on you device, subscribe now.