fbpx

ବନ୍ୟା କ୍ଷତିଗ୍ରସ୍ତଙ୍କୁ ମିଳିବ ୧୫ ଦିନର ରିଲିଫ୍, ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରବଳ ବନ୍ୟାରେ ରାଜ୍ୟବାସୀ କଲବଲ ହେଉଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାର ବାସିନ୍ଦା ପାଣି ଘେରରେ ରହି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶମାର୍ଗରୁ ବନ୍ୟା ବିପନ୍ନଙ୍କ ସ୍ଥିତି ପରଖିଛନ୍ତି । ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଜିଲ୍ଲାର ଲୁଣା, ଚିତ୍ରୋତ୍ପଳା ନଦୀର ଦ୍ୱୀପାଞ୍ଚଳ, ମହାନଦୀର ଶାଖା ପାଇକା ନଦୀର ଦ୍ୱୀପାଞ୍ଚଳ, ଜଗତସିଂହପୁରର କୁଜଙ୍ଗ, ନାଉଗାଁ, ପୁରୀର ଗୋପ, ନିମାପଡ଼ା. ଅସ୍ତରଙ୍ଗ, ଡେଲାଙ୍ଗ, ପିପିଲି, କଣ।।ସ ଆଦି ତଳିଆ ଅଞ୍ଚଳର ବନ୍ୟା ସ୍ଥିତି ଅନୁଧ୍ୟାନ କରିଥିଲେ ।

ବନ୍ୟାରେ ରାଜ୍ୟର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ଚାଷଜମି, ବାସଗୃହ କ୍ଷତିଗ୍ରସ୍ତ ହୋଇଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଗଭୀର ଚିନ୍ତାପ୍ରକଟ କରିଛନ୍ତି । ବନ୍ୟା ପାଣି ଛାଡ଼ିବାର ସାତ ଦିନ ମଧ୍ୟରେ ବନ୍ୟା ବିପନ୍ନଙ୍କ କ୍ଷୟକ୍ଷତିର ଆକଳନ କରାଯିବ । ଏହାପରେ ପନ୍ଦର ଦିନର ସହାୟତା ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟା ପ୍ରଭାବିତ ଅଞ୍ଚଳରୁ ଫେରିବା ପରେ କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ସହାୟତା ଘୋଷଣା କରିଛନ୍ତି ।

ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ଯେଉଁ ଗ୍ରାମଗୁଡ଼ିକରେ ପାଣି ପଶିଛି, ସେଠାକାର ବିପନ୍ନଙ୍କୁ ୧୫ ଦିନର ରିଲିଫ୍ ପ୍ରଦାନ କରାଯିବ । ସେହିପରି ବରଗଡ଼, ସୋନପୁର, ବୌଦ୍ଧ, ସମ୍ବଲପୁର ଓ ଅନୁଗୁଳ ଜିଲ୍ଲାର ପାଣି ପଶିଥିବା ଗ୍ରାମର ଲୋକଙ୍କୁ ସାତଦିନ ପାଇଁ ରିଲିଫ୍ ଦିଆଯିବ । ପାଣି ଛାଡ଼ିବାର ସାତ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ କରାଯିବ । ଏହାର ୧୫ ଦିନ ଭିତରେ ଘରଭଙ୍ଗା ଓ ଫସଲ କ୍ଷୟକ୍ଷତି ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.