fbpx
BSKY
BJD MC SKY
BJD YOUTH SKY

ଏୟାରଲିଫ୍ଟ ଦେଇ ମରାଠୀ ପରିବାର ୪ ଜୀବନ ବଞ୍ଚାଇଲେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ, ପୀଡିତ ପରିବାର କହିଲେ ଆମକୁ ମଣିଷ ରୂପରେ ଭଗବାନ ମିଳିଗଲେ..

ପାଟନା: ବିହାରରେ ୪୦ ବର୍ଷ ଧରି ରହିଆସୁଥିବା ମହାରାଷ୍ଟ୍ରର ଏକ ମୂଳ ନିବାସୀ ମରାଠି ପରିବାରକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ମାଗଣାରେ ବଡ଼ ସହୟତା ଯୋଗାଇଛନ୍ତି । ବିହାରରେ ମହାରାଷ୍ଟ୍ରର ଏକ ମରାଠୀ ପରିବାର ଦୁର୍ଘଟଣାର ଶିକାର ହୋଇଥିଲେ । ଏହା ଜାଣିବା ପରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ନିଜ ଖର୍ଚ୍ଚରେ ପାଟଣାରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ଚିକିତ୍ସା ପାଇଁ ବିମାନ ଯୋଗେ ଦୁର୍ଘଟଣାଗ୍ରସ୍ତ ପରିବାରକୁ ନେଇଥିଲେ । ଏତିକି ନୁହେଁ, ସହୟତା ପରେ ବି ଦୁର୍ଘଣାଗସ୍ତଙ୍କ ଜୀବନ ବଞ୍ଚାଇବା ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଧ୍ୟ ଉଜାଗର ଥିଲେ । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ବଡ଼ ସହାୟତା ମିଳିବା ପରେ ପୀଡିତ ପରିବାର ଆମକୁ ମଣିଷ ରୂପରେ ଭଗବାନ ମିଳିଛନ୍ତି ବୋଲି କହିଛନ୍ତି

। ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କ ବିଷୟରେ ବିହାରରେ ଜୋର ଚର୍ଚ୍ଚା ଧରିଛି । ୧୯୭୮ମସିହାରୁ ବିହାରରେ ରହିଆସୁଥିବା ମରାଠୀ ପରିବାରକୁ ମୁଖ୍ୟମନ୍ତ୍ରୀ ସହାୟତା କରିନଥିଲେ, ସିଧାସଳଖ ୪ ଜଣଙ୍କ ଜୀବନ ଚାଲିଯାଇଥାନ୍ତା ।

Get real time updates directly on you device, subscribe now.