fbpx

ଶୋଇବା ପାଇଁ ଦରକାର ନାହିଁ ବେଡ୍‌: ଜାପାନ ତିଆରି କଲା ନାପ୍ ବକ୍ସସ୍, ଫାଇଦାରେ ଦୀର୍ଘ ସମୟ କାର୍ଯ୍ୟ କରୁଥିବା କାର୍ମଚାରୀ

ନୂଆଦିଲ୍ଲୀ: ଏଣିକି ଶୋଇବା ପାଇଁ ଆଉ ବେଡ୍‌ର ଆବଶ୍ୟକତା ପଡ଼ିବ ନାହିଁ। ଲୋକେ ଉନ୍ନତ ଜ୍ଞାନ କୌଶଳ ଦ୍ବାରା ବିଭିନ୍ନ ଜିନିଷ, ଆସବାବପତ୍ର ତିଆରି କରାଯାଉଥିବାବେଳେ ଶୋଇବା ପାଇଁ ନାପ୍ ବନ୍ସେସ୍ ଏକ ଭିନ୍ନ ଧରଣର ଜିନିଷ ତିଆରି କରାଯାଇଛି। ଜାପାନ ଏହି ନାପ୍ ବକ୍ସସ୍ ତିଆରି କରିଛି, ଯାହାର ଫାଇଦା ଉଠାଇପାରିବେ ଦୀର୍ଘ ସମୟ ଧରି ଅଫିସରେ କାମ କରୁଥିବା କାର୍ମଚାରୀ। ଜାପାନର ଇଟୋକି କର୍ପ ଏବଂ କୋୟୋନ୍ ଗୋହାନ କେ, କେ ମିଳିତ ଭାବେ ଏହି ନାପ୍‌ ବଡ଼ସ୍‌ର ନିର୍ମାଣ କରିବେ। ଅଫିସରେ କର୍ମଚାରୀ ଶୋଇବା ଦ୍ବାରା ଅଫିସ ମାହୋଲ ଖରାପ ହେଉଥିବାବେଳେ ଏହି ନାପ ବକ୍‌ସ୍‌ ଦ୍ବାରା ଅଫିସର ପାରିପାର୍ଶ୍ବକ ସ୍ଥିତି ବିଗିଡ଼ିବ ନାହିଁ ବୋଲି ଇଟୋକି ପକ୍ଷରୁ କୁହାଯାଇଛି। ତେବେ ଏହି ବକ୍ସସେକ୍ସର ମୂଲ୍ୟ ଧାର୍ଯ୍ୟ କରାଯାଇନାହିଁ।

କାର୍ଯ୍ୟରୁ କିଛି ସମୟ ବିରତି ନେବା ପାଇଁ କିମ୍ବା କାମ କରୁଥିବାବେଳେ କର୍ମଚାରୀଙ୍କୁ ନିଦ ଲାଗିଲେ ସେମାନେ ବାଥ୍‌ରୁମ୍‌ରେ କିଛି ସମୟ ପାଇଁ ନିଜକୁ ବନ୍ଦ କରି ରଖିଥାନ୍ତି। ଏ ବାହାନାରେ କାନ୍ତଥିବା କର୍ମଚାରୀ କିଛିକ୍ଷଣ ସେଠାରେ ଶୋଇପଡ଼ୁଥିବାବେଳେ ଏହା ସ୍ଵାସ୍ଥ୍ୟପକ୍ଷେ ହାନିକାରକ ବୋଲି ଇଟୋକି କମ୍ପାନୀ ନିର୍ଦ୍ଦେଶକ କହିଛନ୍ତି। ପଡ୍ ସଦୃଶ ଏହି ପ୍ଲାମିଙ୍ଗୋରେ ମନୁଷ୍ୟ ମୁଣ୍ଡ , ଆଣ୍ଠୁ ଓ ଶରୀରର ପଛପାଖ କିଭଳି ଭାଲଭାବେ ରହିବ ତାକୁ ଆଗରେ ରଖ୍ ଏହାର ଡିଜାଇନ୍ ତିଆରି କରାଯାଇଛି। ଜାପାନରେ କର୍ମଚାରୀମାନେ ଆବଶ୍ୟକତାଠାରୁ ଅଧିକ ସମୟ କାର୍ଯ୍ୟ କରିଥାନ୍ତି। ସେମାନଙ୍କୁ ଶୋଇବା ପାଇଁ କମ୍ ସମୟ ମିଳୁଥିବା କାରଣରୁ ଥକିଯାଇଥିବା କର୍ମଚାରୀଙ୍କ ସୁବିଧା ପାଇଁ ଏ ପ୍ରକାର ନାପ୍ ବଢ଼େସ୍‌ ତିଆରି କରାଯାଇଛି।

Get real time updates directly on you device, subscribe now.