fbpx
BJD SKY
BJD SKY

ଆଜି ଭାରତୀୟ ଆଥଲେଟ୍‌ଙ୍କ ସହିତ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଖେଳାଳିଙ୍କ ଉତ୍ସାହ ବଢ଼ାଇବେ

BJD

ନୂଆଦିଲ୍ଲୀ: ଚଳିତ ଜୁଲାଇ ୨୮ ତାରିଖରୁ ଇଂଲଣ୍ଡର ବର୍ମିଂହାମରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ଅଂଶ ଗ୍ରହଣ କରିବା ପାଇଁ ଥିବା ଭାରତୀୟ ଆଥଲେଟଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ କନଫେରେନ୍ସ ଜରିଆରେ ମତ ବିନିମୟ କରିବେ । ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସ୍ପୋର୍ଟ୍ସ ଅଥରିଟ ଅଫ ଇଣ୍ଡିଆ ସମସ୍ତ ଆଥଲେଟଙ୍କୁ ଅବଗତ କରାଇ ସାରିଛନ୍ତି । ରାଜ୍ୟଗାଷ୍ଠୀ କ୍ରୀଡାରେ ଭାଗ ନେବା ପାଇଁ ମନୋନୀତ ଭାରତୀୟ ଦଳର ଅଧିକାଂଶ ସଦସ୍ୟ ତାଲିମ କାର୍ଯ୍ୟକ୍ରମ ନେଇ ବହୁ ପୂର୍ବରୁ ଇଂଲଣ୍ଡରେ ପହଞ୍ଚି ସାରିଛନ୍ତି ।

ସେହିପରି ଆଉ କେତେକ ଆଥଲେଟ୍‌ ବାହାର ଦେଶରେ ତାଲିମ ନେବା ପାଇଁ ଯାଇଥିବା ବେଳେ ସେମାନେ ସେଠାରୁ ସିଧା ସଳଖ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବେ । ତେଣୁ ଭାରତୀୟ ଆଥଲେଟଙ୍କ ସହିତ ଭିଡିଓ କନଫେରେନ୍ସୀ ଯୋଗେ ପ୍ରଧାନମନ୍ତ୍ରୀ ମୋଦି ମତ ବିନିମୟ କରିବେ । ସେହିପରି କେନ୍ଦ୍ର କ୍ରୀଡା ସଚିବ ସୁଜାତା ଚତୁର୍ବେଦୀ ମଧ୍ୟ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗ ନେବାକୁ ଥିବା ଭାରତୀୟ ଆଥଲେଟଙ୍କ ସହିତ ମତ ବିନିମୟ କରିବେ । ଭାରତୀୟ ଆଥଲେଟଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗ୍ରହ ପ୍ରକାଶ କରିବା ପରେ ଏହି କାର୍ଯ୍ୟକ୍ରମର ଆୟୋଜନ କରା ଯାଇଛି ।

ସୂଚନା ଯୋଗ୍ୟ ଯେ ବିଭିନ୍ନ ବଡ ଟୁର୍ଣ୍ଣାମେଣ୍ଟ ବେଳେ ପ୍ରଧାନମନ୍ତ୍ରୀଙ୍କ ସହିତ ସବୁବେଳେ ଏହି ପ୍ରକାର ମତ ବିନିମୟ କରି ଆସୁଛନ୍ତି । ଗତ ବର୍ଷ ଅନୁଷ୍ଠିତ ଟୋକିଟ ଅଲିମ୍ପିକ୍ସ ପୂର୍ବରୁ ଓ ଏହି କ୍ରୀଡା ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ଭାରତୀୟ ଆଥଲେଟଙ୍କ ସହିତ ଆଲୋଚନା କରିଥିଲେ । ତେଣୁ ଆଥଲେଟଙ୍କ ମଧ୍ୟରେ ବିଶେଷ ଉତ୍ସାହ ସୃଷ୍ଟି ହେଉଛି । ସେହିରି ଟୋକିଓ ଅଲିମ୍ପିକ୍ସର ସଫଳତା ଦୋହରାଇବା ଦିଗରେ ଭାରତୀୟ ଆଥଲେଟ ସଫଳ ହେବେ ବୋଲି ପ୍ରଧାନମନ୍ତ୍ରୀ ଆଶା ରଖିଛନ୍ତି । କେନ୍ଦ୍ର ସରକାର ଭାରତୀୟ କ୍ରୀଡାର ଉନ୍ନତି ପାଇଁ ସବୁବେଳେ ପ୍ରୋତ୍ସାହନ ଦେଇ ଆସୁଛନ୍ତି ।

କ୍ରୀଡାବିତଙ୍କ ଦକ୍ଷତା ବୃଦ୍ଧି ପାଇଁ କେନ୍ଦ୍ର ସରକାର ଟାର୍ଗେଟ ଅଲିମ୍ପିକ୍‌ ପୋଡିୟମ ଯୋଜନା କରିଛନ୍ତି । ତେଣୁ କ୍ରୀଡାବିତ ମାନେ ଏହା ଦ୍ୱାରା ଉଚ୍ଚକୋଟୀର ତାଲିମ ପାଇବା ପାଇଁ ସୁଯୋଗ ପାଉଛନ୍ତି । ଆସନ୍ତା ୨୦୧୪ରେ ପ୍ୟାରିସ ଅଲିମ୍ପିକ ଓ ଆସନ୍ତା ବର୍ଷ ଚୀନରେ ଏସିଆ ଗେମ୍ସ ଅନୁଷ୍ଠିତ ହେବ । ତେଣୁ ଅଲିମ୍ପିକ ,ବିଶ୍ୱକପ ସହିତ ବିଶ୍ୱ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଭାରତୀୟ ଆଥଲେଟ ଯେପରି ଅଧିକ ପଦକ ହାସଲ କରିବେ ସେଥିାଇଁ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରା ଯାଇଛି ।

Get real time updates directly on you device, subscribe now.