fbpx

ରାଜ୍ୟରେ ପୁଣି ୧୧୨୨ ପଜିଟିଭ୍ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ ୩୦୭ ଆକ୍ରାନ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଆଜି ପୁଣି ଦୈନିକ ସଂକ୍ରମଣ ହଜାରେ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୧୨୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଲୋକାଲ କେସ ୪୬୪ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୬୫୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗରୁ ୧୬୪ ଆକ୍ରାନ୍ତ ଥିବା ଜଣାପଡିଛି ।

ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୧୯୭, କଟକରୁ ୧୩୨, ଷ୍ଟେଟପୁଲରୁ ୭୧, ସମ୍ବଲପୁରରୁ ୬୫, ମୟୂରଭଞ୍ଜରୁ ୫୩, ସୋନପୁରରୁ ୪୨,ପୁରୀରୁ ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୦୧, ୯୯୫କୁ ବୃଦ୍ଧି ପାଇଛି । ଏବେ ସକ୍ରିୟ ମାମଲା ୬୭୦୧ ରହିଛି । ୨୪ ଘଣ୍ଟା ମଧ୍ୟରେ ୭୩୭ ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୨,୮୬,୧୧୧ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.