ପୁଣି ବିବାଦରେ ଫସିଲେ ମୁଖ୍ୟମନ୍ତ୍ରୀ, ଜାତୀୟ ସଙ୍ଗୀତ ବେଳେ ମୁଖ୍ୟମନ୍ତ୍ରୀଙ୍କ ହାଏ ହ୍ୟାଲୋ

ଜାତୀୟ ସଙ୍ଗୀତ ବାଜୁଥିବା ବେଳେ ଷ୍ଟେଜ ଉପରେ ଛିଡା ହୋଇ ହାଏ ହ୍ୟାଲୋ କରିବା ସହ ପାଗଳଙ୍କ ଭଳି ଆଚରଣ କରୁଥିଲେ ମୁଖ୍ୟମନ୍ତ୍ରୀ। ଯାହାକୁ ନେଇ ସେ ଏବେ ବିବାଦ ଭିତରେ ଫସିଛନ୍ତି। 

ବିହାର: ଜାତୀୟ ସଙ୍ଗୀତ ବେଳେ ମୁଖ୍ୟମନ୍ତ୍ରୀଙ୍କ ହାଏ ହ୍ୟାଲୋ। ଜାତୀୟ ସଙ୍ଗୀତ ବାଜୁଥିବା ବେଳେ ଷ୍ଟେଜ ଉପରେ ଛିଡା ହୋଇ ହାଏ ହ୍ୟାଲୋ କରିବା ସହ ପାଗଳଙ୍କ ଭଳି ଆଚରଣ କରୁଥିଲେ ମୁଖ୍ୟମନ୍ତ୍ରୀ। ଯାହାକୁ ନେଇ ସେ ଏବେ ବିବାଦ ଭିତରେ ଫସିଛନ୍ତି।

ଆଉ ତାଙ୍କର ଏହି କାର୍ଯ୍ୟକୁ ବିରୋଧୀ ଯେପରି ଚାତକ ପରି ଚାହିଁ ବସିଥିଲା। କାର୍ଯ୍ୟକ୍ରମ ସରୁ ସରୁ ଆଟାକ୍ କରିବା ଆରମ୍ଭ କଲେ। ଏପରିକି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଏପରି ପ୍ରଳାପ ପାଇଁ କ୍ଷମା ମାଗନ୍ତୁ ବୋଲି କହିଛନ୍ତି।

ବିବାଦରେ ମୁଖ୍ୟମନ୍ତ୍ରୀ: ତେବେ ମୁଖ୍ୟମନ୍ତ୍ରୀଙ୍କ ଏପରି ଆଚରଣ ନୂଆ ନୁହେଁ। ପୂର୍ବରୁ ମଧ୍ୟ ଆପଣମାନେ ଭାଇରାଲ ଭିଡ଼ିଓ ଦେଖିଥିବେ। ଯେଉଁଥିରେ ମଞ୍ଚ ଉପରେ ପ୍ରଧାନମନ୍ତ୍ରୀଙ୍କ ପାଖରେ ବସି ହଠାତ୍ ତାଙ୍କ ହାତକୁ ଧରି ପାପୁଲିରେ କିଛି ଡଗୋଟେ ଦେଖିଥିଲେ।

ଏବେ ଆପଣମାନେ ଜାଣି ପାରୁଥିବେ ଆମେ କାହା କଥା କହୁଛୁ। ହଁ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ପାଟଣାରେ ଏକ କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତ ବାଜୁଥିବା ବେଳେ ନୀତିଶ କୁମାର ହସୁଥିବାର ଦେଖାଯାଉଥିଲା

କେବଳ ସେତିକି ନୁହେଁ ଜାତୀୟ ସଙ୍ଗୀତ ସମୟରେ ନୀତିଶ କୁମାର ଷ୍ଟେଜ ଉପରେ ହାଏ ହ୍ୟାଲୋ ମଧ୍ୟ କରୁଥିଲେ। ଏବଂ କିଛି ସମୟ ପରେ ମୁଖ୍ୟ ସଚିବ, ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଦୀପକ କୁମାରଙ୍କୁ କିଛି ଠାରିକି ମଧ୍ୟ କହୁଥିଲେ।

ମୁଖ୍ୟମନ୍ତ୍ରୀଙ୍କ ହାଏ ହ୍ୟାଲୋ: ଦୀପକ ମଧ୍ୟ ନୀତିଶଙ୍କ ଏହି କାର୍ଯ୍ୟରେ ଅସହ୍ୟ ହୋଇପଡିଥିଲେ। ମୁଖ୍ୟମନ୍ତ୍ରୀ ବାରମ୍ବାର ସଚିବଙ୍କ ଦେହରେ ହାତ ମାରୁଥିଲେ। ସଚିବ ଦୀପକ କୁମାର ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ ସିଧା ଛିଡା ହୁଅନ୍ତୁ ବୋଲି ହେଲେ ନୀତିଶ ଶୁଣିନଥିଲେ।

ଜାତୀୟ ସଙ୍ଗୀତ ଗାନ ବେଳେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆଚରଣକୁ ନାପସନ୍ଦ କରିଛନ୍ତି ସାଧରଣ ଲୋକ ଏବଂ ବିରୋଧୀ ସତେ ଯେମିତି ଏହି ଘଟଣାକୁ ଅନେଇକି ବସିଥିଲେ। ନୀତିଶଙ୍କ ମାନସିକ ଅବସ୍ଥାକୁ ନେଇ ବାରମ୍ବାର ଟାର୍ଗେଟ କରିଆସୁଛନ୍ତି ପୂବର୍ତନ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ।

ବିରୋଧୀଙ୍କ ଟାର୍ଗେଟ: ଘଟଣା ପରେ ଆରଜେଡି ଘେରିଛି ନୀତିଶ କୁମାରଙ୍କୁ। ସୂଚନା ଅନୁସାରେ ଜାତୀୟ ସଙ୍ଗୀତ ବାଜିବା ସମୟରେ ନୀତିଶ କୁମାର ବାହାରକୁ ଚାଲିଯାଇଥିଲେ ଏବଂ କିଛି ସମୟ ପାଇଁ ଜାତୀୟ ସଙ୍ଗୀତକୁ ବନ୍ଦ କରାଯାଇଥିଲା।  ପୂର୍ବ ମୁଖ୍ୟମନ୍ତ୍ରୀ ରାବିଡି ଦେବୀ ନୀତିଶ କୁମାରଙ୍କୁ ବିଧାନସଭାରେ କ୍ଷମା ମାଗିବାକୁ କହିଛନ୍ତି, ରାବିଡି ଦେବୀ କହିଥିଲେ ନୀତିଶଙ୍କ ମୁଣ୍ଡ କାମ କରୁନାହିଁ।