fbpx

ଟାଟା ଟି ପ୍ୟାକେଜିଂ ୟୁନିଟ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ; ୧୦୦ କୋଟି ନିବେଶ ୯୦୦ ନିଯୁକ୍ତି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଟାଟା ପକ୍ଷରୁ ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କରେ ନିର୍ମିତ ଟାଟା ପ୍ୟାକେଜିଂ ୟୁନିଟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୮ ମାସ ମଧ୍ୟରେ ପ୍ରସ୍ତୁତ ହୋଇଥିବା ଏହି କାରଖାନାଟି ଦେଶର ସର୍ବବୃହତ ଟି ପ୍ୟାକେଜିଂ ୟୁନିଟର ମାନ୍ୟତା ପାଇବାକୁ ଯାଉଛି । ୧୦୦ କୋଟିର ନିବେଶରେ ଆରମ୍ଭ ହୋଇଥିବା ଏହି ପ୍ୟାକେଜିଂ ୟୁନିଟରେ ଅନ୍ୟୁନ ୯୦୦ ନୂତନ ନିଯୁକ୍ତି ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

ବର୍ତ୍ତମାନ ଏହି କାରଖାନାର କ୍ଷମତା ୧୫ ମିଲିୟନ କିଗ୍ରା ରହିଥିବା ବେଳେ ଏହାକୁ ୫୦ ମିଲିୟନ୍ କିଗ୍ରାକୁ ବୃଦ୍ଧି କରାଯିବାର ଲକ୍ଷ୍ୟ ରଖାଯାଇଛି । ଏହି କାରଖାନା ଦ୍ୱାରା ଓଡ଼ିଶା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡ଼ୁ, ତେଲେଙ୍ଗାନା ଓ ମଧ୍ୟ ଭାରତର ଆବଶ୍ୟକତା ପୂରଣ କରାଯାଇ ପାରିବ । ମୁଖ୍ୟମନ୍ତ୍ରୀଙ୍କ ବ୍ୟତିତ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ଶିଳ୍ପ ସଚିବ ହେମନ୍ତ ଶର୍ମା ଓଋ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।

Get real time updates directly on you device, subscribe now.