Big Breaking: ଆକାଉଣ୍ଟ ଚେକ୍ କରନ୍ତୁ ଚାଷୀ, ସିଏମ କିଷାନ ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଚାଷୀଙ୍କ ଖାତାକୁ ଗଲା ସିଏମ କିଷାନ ଟଙ୍କା

ଭୁବନେଶ୍ୱର: ସିଏମ୍ କିଷାନ୍ ଟଙ୍କା ବର୍ତ୍ତମାନ ଚାଷୀଙ୍କ ଖାତାକୁ ଟ୍ରାନ୍ସଫର ହୋଇଛି। ଏହି ଟଙ୍କାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି। ୫୦ ଲକ୍ଷ ଚାଷୀଙ୍କ ଖାତାକୁ ଗଲା ସିଏମ୍ କିଷାନ ଟଙ୍କା।

୧ ହଜାର କୋଟିରୁ ଅଧିକ ଟଙ୍କା ଚାଷୀଙ୍କ ଖାତାକୁ ପଠାଗଲା। ରାଜ୍ୟସ୍ତରୀୟ କୃଷକ ସମାରୋହରେ ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ। ଅକ୍ଷୟ ତୃତୀୟାରେ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ।

ଚାଷୀଙ୍କ ଖାତାକୁ ସମୁଦାୟ ୧୦୨୫ କୋଟି ଟଙ୍କା ଯାଇଛି। ପ୍ରଥମ ଥର ପାଇଁ ୨୫ ହଜାର ସହରାଞ୍ଚଳ ଚାଷୀ ସାମିଲ ହୋଇଛନ୍ତି ଏହି ଯୋଜନାରେ।