fbpx

ରାଷ୍ଟ୍ରପତି ନିର୍ବାଚନକୁ ନେଇ ମମତାଙ୍କ ବଡ଼ ବୟାନ: କହିଲେ-‘ଆମେ ବି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଥାନ୍ତୁ, ଯଦି ….’

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନକୁ ରାଜନୀତି ଜୋର ଧରିଛି । ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଥିବା ବେଳେ ବିରୋଧୀମାନେ ମିଳିତ ଭାବେ ଯଶୋୱନ୍ତ ସିହ୍ନାଙ୍କୁ ନିଜର ପ୍ରାର୍ଥୀ କରିଛନ୍ତି । ଏହାରି ମଧ୍ୟରେ ବଡ଼ ବୟାନ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତାଙ୍କ କହିବା ମୁତାବକ, ‘ବିଜେପି ପ୍ରଥମରୁ କଥା ହୋଇଥିଲେ ଆମେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଥାନ୍ତୁ । ଯଦି ବିଜେପି ଜଣେ ଆଦିବାସୀ ମହିଳାଙ୍କୁ ପ୍ରାର୍ଥୀ ଦେଉଛନ୍ତି ବୋଲି ସୂଚିତ କରିଥାନ୍ତା, ତେବେ ଆମେ ସମର୍ଥନ କରିଥାନ୍ତୁ । ଆମେ ଚାହୁଁଛୁ ରାଷ୍ଟ୍ରପତି ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବରେ ହେଉ ।’

ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର ଦିନ କୋଲକାତାର ଇସ୍କନ ମନ୍ଦିରରେ ପୂଜା-ଅର୍ଚ୍ଚନା କରିଥିଲେ । ଏହି ସମୟରେ ସେ ରାଷ୍ଟ୍ରପତି ନିର୍ବାଚନ ବିଷୟରେ କହିଥିଲେ ଯେ, ମୁଁ ଦୁଃଖ ଅନୁଭବ କରୁଛି, କିନ୍ତୁ ଦ୍ରୌପଦୀ ମୁର୍ମୁଙ୍କ ଅବସ୍ଥା ବହୁତ ଭଲ । ଯଦି ବିଜେପି ଆଲୋଚନା କରିଥାନ୍ତା ତେବେ ଆମେ ମଧ୍ୟ ତାଙ୍କୁ ସମର୍ଥନ କରିଥାନ୍ତୁ । କିନ୍ତୁ ଏବେ ବିରୋଧୀ ଯାହା କରିବାକୁ ନିଷ୍ପତ୍ତି ନେବେ, ମୋତେ ତାହା କରିବାକୁ ପଡିବ ।

ସୂଚନାଯୋଗ୍ୟ ଯେ, ଜୁଲାଇ ୧୮ରେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ହେବ। ୨୧ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ରାଷ୍ଟ୍ରପତି ପଦ ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଥିବା ବେଳେ ଯଶୱନ୍ତ ସିହ୍ନା ବିରୋଧୀ ମେଣ୍ଟର ପ୍ରାର୍ଥୀ ହୋଇଛନ୍ତି। ଏନଡିଏ ପାଖରେ ନିର୍ବାଚନ ଜିତିବା ପାଇଁ ଆବଶ୍ୟକ ସଂଖ୍ୟା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବା ଏକ ପ୍ରକାରର ନିଶ୍ଚିତ ହୋଇଛି।

Get real time updates directly on you device, subscribe now.