fbpx

ସଚିନ୍ ତେନ୍ଦୁଲକରଙ୍କ ଏହି ରେକର୍ଡ ଭାଙ୍ଗିଲେ ଋିଷଭ ପନ୍ତ, ରାଇନା ମଧ୍ୟ ପଡ଼ିଲେ ପଛରେ

ବର୍ମିଂହାମ୍(ଓଡ଼ିଶା ଭାସ୍କର): ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ଶେଷ ମୁକାବିଲାରେ ଋିଷଭ ପନ୍ତ ଜବରଦସ୍ତ ବ୍ୟାଟିଂ କରିଛନ୍ତି। ସେ ତାଙ୍କର ଦୁର୍ଦ୍ଧଶ ପାଳିରେ ୧୧୧ ବଲ୍‌ର ସାମ୍ନା କରି ୧୪୬ ରନ୍ କରିଥିଲେ। ଏହି ଆକ୍ରାତ୍ମକ ପାଳିରେ ସେ କିଛି ଖାସ୍ ରେକର୍ଡ ନିଜ ନାଁରେ କରିଛନ୍ତି। ୨୪ ବର୍ଷିୟ ପନ୍ତ ଏହି ମ୍ୟାଚ୍‌ରେ ସଚିନ ତେନ୍ଦୁଲକର ଏବଂ ସୁରେଶ ରାଇନାଙ୍କୁ ପଛରେ ପକାଇ ଦେଇଛନ୍ତି। ଗତକାଲି ଋିଷଭ ତାଙ୍କର ଏହି ଇନିଂସରେ ୧୯ ଚୌକା ଏବଂ ୪ ଛକା ମାରିଥିଲେ। ଏହା ସହିତ ବର୍ତ୍ତମାନ ସୁଦ୍ଧା ସେ ଆନ୍ତରାଷ୍ଟ୍ରୀୟ କ୍ରିକେଟରେ ନିଜ ନାମରେ ୧୦୦ ଛକା ଯୋଡ଼ି ସାରିଲେଣି।

ଋଷଭ ପନ୍ତ ବର୍ତ୍ତମାନ ଆନ୍ତରାଷ୍ଟ୍ରୀୟ କ୍ରିକେଟରେ ସବୁଠୁ କମ୍ ବୟସରେ ୧୦୦ ଛକା ମାରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍ ଅଟନ୍ତି। ତାଙ୍କ ପୁର୍ବରୁ ଏହି ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ଥିଲା ଏବଂ ସୁରେଶ ରାଇନା ଦ୍ୱିତୀୟ ସ୍ଥାନରେ ଥିଲେ। ସେହିପରି ଋିଷଭ ପନ୍ତ ବିଦେଶ ମାଟିରେ ନିଜର ଚତୁର୍ଥ ଶତକ ହାସଲ କରିଛନ୍ତି। ତେବେ ଏତିକି ଶତକ କୌଣସି ଭାରତୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ବିଦେଶ ମାଟିରେ କରିନାହାନ୍ତି। ପନ୍ତ ମାତ୍ର ୨୪ ମ୍ୟାଚ୍ ଖେଳି ୪ ଶତକ ହାସଲ କରିଛନ୍ତି।

ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ ଟି ଛକା ମାରିଥିବା କନିଷ୍ଠ ଭାରତୀୟ।

  1. ଋିଷଭ ପନ୍ତ-୨୪ ବର୍ଷ,୨୭୧ ଦିନ।
  2. ସଚିନ ତେନ୍ଦୁଲକର -୨୫ ବର୍ଷ।
  3. ସୁରେଶ ରାଇନା-୨୫ ବର୍ଷ,୭୭ ଦିନ।

ଏହି ମ୍ୟାଚ୍‌ରେ ଋିଷଭ ପନ୍ତ ଟେଷ୍ଟ କ୍ରିକେଟରେ ବ୍ୟକ୍ତିଗତ ଦୁଇ ହଜାର ରନ୍ ପୁରଣ କରିଛନ୍ତି। ସେ ୩୧ ମ୍ୟାଚ୍‌ରେ ୫୨ ପାଳି ଖେଳି ୪୩.୦୪ ହାରରେ ୨୦୦୬ ରନ୍ କରିଛନ୍ତି। ସେହିପରି ଟେଷ୍ଟ କ୍ରିକେଟରେ ଋଷଭଙ୍କ ଷ୍ଟ୍ରାଇକ୍ ରେଟ୍ ୭୨.୮୪ ଅଟେ। ଯାହା ଟେଷ୍ଟ କ୍ରିକେଟରେ ବିରଳ ଅଟେ। ବର୍ତ୍ତମାନ ସୁଦ୍ଧା ସେ ଟେଷ୍ଟ କ୍ରିକେଟରେ ୫ ଶତକ ଏବଂ ନଅ ଅର୍ଦ୍ଧଶତକ ହାସଲ କରି ସାରିଛନ୍ତି ଏବଂ ତାଙ୍କର ସର୍ବାଧିକ ସ୍କୋର ୧୫୯ ଅଟେ।

ଭାରତୀୟ ଟିମ୍ ପାଇଁ ଟେଷ୍ଟ କ୍ରିକେଟରେ ଋିହଭ ପନ୍ତ ପୁଣି ଥରେ ଶଙ୍କଟ ମୋଚକ ଭାବରେ ଉଭା ହୋଇଛନ୍ତି। ଗତକାଲି ଯେତେବେଳେ ଋିଷଭ କ୍ରିଜକୁ ଆସିଥିଲେ ସେତେବେଳେ ଭାରତ ମାତ୍ର ୬୪ ରନ୍‌ରେ ୩ ୱିକେଟ୍ ହରାଇ ସାରିଥିଲା। ଅପର ପକ୍ଷରେ ଖେଳୁଥିବା ବିରାଟ କୋହଲି ମଧ୍ୟ ୧୧ ରନ୍ କରି ଆଉଟ୍ ହୋଇଯାଇଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଶ୍ରେୟସ୍ ଆୟର ମଧ୍ୟ ୧୫ ରନ୍ କରି ପ୍ୟାଭୀଲିୟନ ଫେରିଯାଇଥିଲେ। ୯୮ ରନ୍‌ରେ ୫ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିବା ବେଳେ ଋିଷବ ଏବଂ ରବିନ୍ଦ୍ର ଜାଡେଜାଙ୍କ ଯୋଡ଼ି ଏହି ଘଡିସନ୍ଧି ମୁହୁର୍ତ୍ତରେ ଦ୍ୱିଶତକୀୟ ଭାଗିଦାରୀ ପକାଇ ଭାରତକୁ ମଜବୁଥ୍ ସ୍ଥିତିକୁ ଆଣିଥିଲେ। ଏହି ସମୟରେ ଋିଷଭ ତାଙ୍କର ୫ମ ଶତକ ହାସଲ କରିଥିଲେ। ଏବଂ 83 ରନ କରି ଅପରାଜିତା ରହିଛନ୍ତି।

ଇଂଲଣ୍ଡ ବିପକ୍ଷରେ ଏହା ତାଙ୍କର ତୃତୀୟ ଶତକ ଏବଂ ଭାରତ ବାହାରେ ଚତୁର୍ଥ ଥିଲା। ଯେତେବେଳେ ପନ୍ତ ଆଉଟ୍ ହୋଇଥିଲେ, ଭାରତର ସ୍କୋର ୩୨୦ ରନ୍ ଥିଲା। ଏହି ମ୍ୟାଚରେ ପନ୍ତ ୧୩୧.୫୩ ଷ୍ଟ୍ରାଇକ୍ ହାରରେ ରନ୍ ସ୍କୋର କରିଥିଲେ। ତାଙ୍କର ଏହି ଦୁର୍ଦ୍ଦଶ ଇନିଂସ ଯୋଗୁଁ ଭାରତୀୟ ଦଳ ପ୍ରଥମ ଦିନରେ ୭୩ ଓଭରରେ ୩୩୮ ରନ୍ ସ୍କୋର କରିବାରେ ସଫଳ ହୋଇଥିଲା।

 

Get real time updates directly on you device, subscribe now.