fbpx

ଉଦୟପୁର ହତ୍ୟାକାଣ୍ଡରେ ବଡ଼ ଖୁଲାସା: କହ୍ନୈୟାଲାଲଙ୍କୁ ହତ୍ୟା କରିବାକୁ ପାକିସ୍ତାନରୁ ଆସିଥିଲା ଅଡର୍

ନୂଆଦିଲ୍ଲୀ: ଉଦୟପୁରର କହ୍ନୈୟାଲାଲ ହତ୍ୟାକାଣ୍ଡ ଏକ ବଡ଼ ଖୁଲାସା ହୋଇଛି । ଅଭିଯୁକ୍ତ ଗୌସ ଓ ରିୟାୟଙ୍କୁ ପାକିସ୍ତାନରେ ଥିବା ତାଙ୍କୁ ଗୁରୁ ହିଁ ହତ୍ୟା ପାଇଁ ଆଦେଶ ଦେଇଥିଲେ । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ହତ୍ୟା ପରେ ହ୍ୱାଟ୍ସଆପ ଗ୍ରୁପରେ ଏକ ମେସେଜ୍ କରାଯାଇଥିଲା । ସେଥିରେ ଲେଖାଥିଲା କି, ଦିଆଯାଇଥିବା କାମ ପୂରା ହୋଇଛି । ଏହି ହ୍ୱାଟ୍ସଆପ ଗ୍ରୁପରେ ପାକିସ୍ତାନର କିଛି ଲୋକ ମଧ୍ୟ ସାମିଲ ଥିଲେ ।

ସୂଚନା ଅନୁସାରେ, ପାକିସ୍ତାନରେ ଥିବା ଗୁରୁଙ୍କ ନିର୍ଦ୍ଦେଶ ଅନୁସାରେ ଉଭୟ ଅଭିଯୁକ୍ତ ଧାରୁଆ ଅସ୍ତ୍ର ତିଆରି କରିଥିଲେ ଓ ଗୋଟିଏ ଆକ୍ରମଣରେ ମୁଣ୍ଡ ଗଣ୍ଡି ଅଲଗା କରିଥିଲେ । ଗୌସ ଓ ରଜେଙ୍କୁ ଏହି ହତ୍ୟାକାଣ୍ଡ ପାଇଁ ପାକିସ୍ତାନରୁ ନିର୍ଦ୍ଦେଶ ପାଇଥିଲେ । ପାକିସ୍ତାନରୁ ତାଙ୍କୁ ଗୁରୁ ଉଭୟଙ୍କୁ ହତ୍ୟା ପାଇଁ ପ୍ରବର୍ତ୍ତାଇଥିଲେ ।

ଏହି ହତ୍ୟାକାଣ୍ଡରେ ଆଉ କିଛି ଲୋକ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି । ମହମ୍ମଦ ଗୌସଙ୍କୁ ଧାରୁଆ ଅସ୍ତ୍ର ତିଆରି କରିବାକୁ କୁହାଯାଇଥିଲା । ଏସ.କେ ଇଞ୍ଜିନିୟରିଂ କାରଖାନାରେ ଅସ୍ତ୍ରଶସ୍ତ୍ର ତିଆରି କରାଯାଇଥିଲା । ଭିଡିଓ ପ୍ରସ୍ତୁତ କରିବାର ଉଦ୍ଦେଶ୍ୟ ଥିଲା ଲୋକଙ୍କୁ ଉତ୍ସାହିତ କରିବା । ଗୌସ ଓ ରିୟାଜ ଭୟ ସୃଷ୍ଟି କରିବାକୁ ତୃତୀୟ ଭିଡିଓକୁ ଭାଇରାଲ୍ କରିବାକୁ ଚାହୁଁଥିଲେ । ହତ୍ୟା ପୂର୍ବରୁ ଗୌସ ଓ ରିୟାଜ ଦୋକାନରୁ ସିସିଟିଭି ହଟାଇ ଦେଇଥିଲେ ।

ତେବେ ଉଦୟପୁରରେ କହ୍ନୈୟାଲାଲଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ସମଗ୍ର ଦେଶକୁ ଥରାଇ ଦେଇଛି । ଏହି ହତ୍ୟାକାଣ୍ଡ ଯୋଗୁଁ ସାରା ଦେଶରେ ଅସନ୍ତୋଷ ଦେଖାଦେଇଛି । ଗିରଫ ହୋଇଥିବା ଚାରିଜଣ ଅଭିଯୁକ୍ତଙ୍କୁ ଏନଆଇଏକୁ ହସ୍ତାନ୍ତର କରାଯାଇଛି । ଏହି ଅଭିଯୁକ୍ତମାନଙ୍କୁ ଆଜି ଜୟପୁର ସ୍ପେଶାଲ କୋର୍ଟରେ ହାଜର କରାଯିବ ।

କହ୍ନୈୟାଲାଲ ହତ୍ୟା ମାମଲାରେ ଆଉ ଏକ ବଡ ଖୁଲାସା ହୋଇଛି । ଘଟଣାସ୍ଥଳରୁ ଏକ ଧଳା ସ୍କୁଟି ମିଳିଛି । ଏହି ସ୍କୁଟି ଗୌସ ମହମ୍ମଦ ନାମରେ ପଞ୍ଜୀକୃତ ହୋଇଛି ଏବଂ ଘଟଣା ଘଟିବା ପରେ ବି ସେଠାରେ ଥିଲା । ଦ୍ୱିତୀୟ ହତ୍ୟାକାରୀ ରିୟାଜର ବାଇକ ମଧ୍ୟ ଉଦ୍ଧାର କରାଯାଇଛି । ହତ୍ୟା ପରେ ଅଭିଯୁକ୍ତମାନେ ୨୬୧୧ ନମ୍ବର ବାଇକରେ ପଳାଇ ଯାଇଥିଲେ । ଏହି ହତ୍ୟାକାଣ୍ଡକୁ ବିରୋଧ କରି ଆଜି ରାଜସ୍ଥାନର ଅନେକ ସହରରେ ଏକ ବନ୍ଦ ଡାକରା ଦିଆଯାଇଛି ।

Get real time updates directly on you device, subscribe now.