fbpx

ଶିବସେନାର ସବୁ ପଦରୁ ସିନ୍ଦେଙ୍କୁ ବହିଷ୍କାର କଲେ ଉଦ୍ଧବ ଠାକରେ

ମୁମ୍ବାଇ: ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଶୁକ୍ରବାର ଏକନାଥ ସିନ୍ଦେଙ୍କୁ ଦଳର ସମସ୍ତ ପଦରୁ ବାହାର କରିଛନ୍ତି । କାରଣ ଏକନାଥ ସିନ୍ଦେ ବିଜେପି ସହ ମିଶି ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ଏକ ବୟାନରେ ଶିବସେନା ପକ୍ଷରୁ କୁହାଯାଇଛି ଯେ ଦଳବିରୋଧୀ କାର୍ଯ୍ୟକଳାପ ଯୋଗୁଁ ତାଙ୍କୁ ଦଳର ସମସ୍ତ ପଦରୁ ହଟାଯାଇଛି । ବିବୃତ୍ତିରେ ଏହା ମଧ୍ୟ ଲେଖାଯାଇଛି ଯେ ସିନ୍ଦେ ମଧ୍ୟ ଦଳ ଛାଡ଼ିଥିବାରୁ ତାଙ୍କ ବିରୋଧରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଗୁରୁବାର, ଏକନାଥ ସିନ୍ଦେ ମହାରାଷ୍ଟ୍ରର ୨୦ ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତିି । ଯେତେବେଳେକି ବିଜେପିର ଦେବେନ୍ଦ୍ର ଫଡନାଭିସ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି, ମହାବିକାଶ ଅଘାଡ଼ି ଦଳ ଭାଙ୍ଗିବାର ୨୪ ଘଣ୍ଟା ମଧ୍ୟରେ ଏହି ସରକାର ଗଠନ ହୋଇଥିଲା ।

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଫଡନାଭିସ ଘୋଷଣା କରିଥିଲେ ଯେ ଶିବସେନାର ବିଦ୍ରୋହୀ ନେତା ସିନ୍ଦେ ମୁଖ୍ୟମନ୍ତ୍ରୀ ହେବେ । ଆଉ ସେ ନିଜେ ସରକାରରୁ ବାହାରେ ରହି କାମ କରିବେ କିନ୍ତୁ ଏହାର କିଛି ସମୟ ପରେ ଦେବେନ୍ଦ୍ର ପଡ଼ନାଭିସ୍ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ଘାଷଣା କରାଯାଇଥିଲା । ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ଉଭୟଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଥିଲେ । ତେବେ ଆଜି ଏବଂ ଆସନ୍ତା କାଲି ସିନ୍ଦେଙ୍କୁ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ହେବ ।

Get real time updates directly on you device, subscribe now.