Breaking: ସୁଶାସନ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ୨୦ ହଜାର ଶିକ୍ଷକଙ୍କୁ ମିଳିବ ଚାକିରି

ଭୁବନେଶ୍ବର: ବିଳମ୍ବିତ ରାତିରେ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟସ୍ତରୀୟ ସୁଶାସନ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଏକ ବିଶେଷ ସୂଚନା ଦେଇଥିଲେ । ଯୁବବର୍ଗଙ୍କୁ ଚାକିରି ଦେବା ନେଇ ପ୍ରତିଶୃତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । 2 ବର୍ଷରେ 75 ହଜାର ନିଯୁକ୍ତି ଦେବା ନେଇ ମୋହନ ମାଝୀ ଘୋଷଣା କରିଛନ୍ତି । ପୂର୍ବ ସରକାରରେ ଦେଢ ଲକ୍ଷ ପଦବୀ ଖାଲି ପଡିଛି । ଆମେ 2 ବର୍ଷରେ 75 ହଜାର ନିଯୁକ୍ତି ଦେବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି, ଖୁବଶୀଘ୍ର 20 ହଜାର ଶିକ୍ଷକ ପଦବୀ ପୂରଣ ହେବ ବୋଲି କୁହାଯାଇଛି ।

ଏହା ସହିତ ପୂର୍ବ ସରକାରଙ୍କ ଉପରେ ବର୍ଷିଛନ୍ତି ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, “୨୪ ବର୍ଷରେ ବେକାର ବଢ଼ିଛି,  ଏହା ସହିତ ଅନେକ ଗାଁକୁ ବିକାଶ ଛୁଇଁନି । ପ୍ରାଥମିକ ଶିକ୍ଷା ଭୁଶୁଡ଼ି ପଡ଼ିଛି, ସ୍କୁଲରେ ଶିକ୍ଷକ ନାହାନ୍ତି । ୨୪ ବର୍ଷ ସରକାରରେ ଲୋକ କିଛି ଲାଭ ପାଇଲେ ନାହିଁ । ମହିଳାଙ୍କୁ ସଶକ୍ତୀକରଣ କଥା କହି ଠକିଥିଲେ ପୂର୍ବ ସରକାର । ଆମ ସରକାର ୬ ମାସରେ ଲୋକଙ୍କ ପାଇଁ କାମ କରିଛନ୍ତି । ଶ୍ରୀମନ୍ଦିର ୪ ଦ୍ବାର ଖୋଲିବା, ସୁଭଦ୍ରା ଯୋଜନା, ଚାଷୀଙ୍କୁ ୩୧୦୦ ଟଙ୍କା ମିଳିଛି । “