fbpx
BJD SKY
BJD SKY

ରାଜ୍ୟରେ ଗଠନ ହେବ ଷ୍ଟ୍ରାଇକିଂ ଫାୟାର ଫୋର୍ସ, ୧୪୪  ପଦବୀରେ ମିଳିବ ନିଯୁକ୍ତି: ମିଳିଲା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଗ୍ନିଶମ ବାହିନୀରେ ଗଠନ ହେବ ଷ୍ଟ୍ରାଇକିଂ ଫାୟାର ଫୋର୍ସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଷ୍ଟ୍ରାଇକିଂ ଫାୟାର ଫୋର୍ସ ଗଠନକୁ  ଅନୁମୋଦନ ଦେଇଛନ୍ତି ।  ଏହି ଷ୍ଟ୍ରାଇକିଂ ଫୋର୍ସ ବିପର୍ଯ୍ୟୟ ସମୟରେ ତ୍ୱରିତ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ ହେବେ ।

କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ରହିବ ଏହାର ୩ ଟି ୟୁନିଟ୍ ରହିବେ । ଷ୍ଟ୍ରାଇକିଂ ଫାୟାର ଫୋର୍ସ ପାଇଁ ସୃଷ୍ଟି ହେବ ୧୪୪ ପଦବୀ । ଯେଉଁଥିରେ ଆସିଷ୍ଟାଣ୍ଟ ଫାୟାର ଅଫିସର, ଷ୍ଟେସନ ଅଫିସର, ଆସିଷ୍ଟାଣ୍ଟ ଷ୍ଟେସନ ଅଫିସର, ହାବିଲଦାର ମେଜର, ଡ୍ରାଇଭର ହାବିଲଦାର, ହାବିଲଦାର ମେକାନିକାଲ, ଫାୟାରମ୍ୟାନ୍ ପୋଷ୍ଟ ରହିଛି ।

Get real time updates directly on you device, subscribe now.