fbpx

ସରକାରୀ ଚାକିରି ଖୋଜୁଥିଲେ ଆସିଯାଇଛି ଖୁସିଖବର: FCI ରେ ଖାଲିପଡିଛି ୧୧୩ଟି ପୋଷ୍ଟ, ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଖୁସି ଖବର। ଭାରତୀୟ ଖାଦ୍ୟ ନିଗମ (FCI) ବିଭିନ୍ନ ଜୋନରେ ଅଲଗା ଅଲଗା ବିଭାଗରେ ପଦବୀ ଖାଲିପଡିଛି। ଗ୍ରେଡ ୨ ମ୍ୟାନେଜର ପଦବୀରେ ୧୧୩ଟି ସିଟ୍‌ ଖାଲିପଡିଛି। ଏଥିପାଇଁ ନିକଟରେ ନୋଟିଫିକେସନ ଜାରି କରାଯାଇଛି।

ଜରୁରୀ ତାରିଖ: ଏହି ପଦବୀରେ ଆବେଦନ କରିବା ପାଇଁ ତାରିଖ ୨୭ ଅଗଷ୍ଟ ୨୦୨୨ରୁ ଆରମ୍ଭ ହୋଇଥିବା ବେଳେ ଆବେଦନ କରିବାର ଶେଷ ତାରିଖ ୨୬ ସେପ୍ଟେମ୍ବର ୨୦୨୨ ରହିଛି। ଅନଲାଇନ ଆବେଦନ କରିବା ପାଇଁ ପ୍ରାର୍ଥୀ ଫର୍ମ ଅନଲାଇନରେ ଭରିପାରିବେ। ଏଥିପାଇଁ ଅଫିସିଆଲ ପୋର୍ଟାଲ  recruitmentfci.in କୁ ଯାଇ ଆବେଦନ କରିପାରିବେ।

ପଦବୀ ବିବରଣୀ : ୧୧୩

ମ୍ୟାନେଜର ଗ୍ରେଡ ୨

ଆବେଦନ ଶୁକ୍ଳ : ଏହି ପଦବୀରେ ଆବେଦନ କରିବା ପାଇଁ ଆବେଦନ ଶୁଳ୍କ ୮୦୦ ଟଙ୍କା ରହିଛି।

ଶିକ୍ଷାଗତ ଯୋଗ୍ୟତା : ଏଫସିଆଇରେ ମ୍ୟାନେଜର ପଦବୀ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ସମ୍ବନ୍ଧୀୟ ବିଭାଗରେ ସ୍ନାତକ କିମ୍ବା ପିଜି, CA/ICWA/ CA Exam ରେ ପାସ୍‌ ହୋଇଥିବା ଜରୁରୀ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୨୮ ବର୍ଷରୁ ଅଧିକ ନ ହେବା ଜରୁରୀ। ସଂରକ୍ଷିତ ବର୍ଗ, ଏସସି, ଏସଟି, ଓବିସି ଆଦି ପ୍ରାର୍ଥୀଙ୍କୁ ବୟସ ସୀମାରେ ରିହାତି ମିଳିବ।

କେମିତି କରିବେ ଆବେଦନ :

– ପ୍ରଥମେ ଅଫିସିଆଲ ପୋର୍ଟାଲକୁ ଯାଇ ତାରିଖ ୨୭ ଅଗଷ୍ଟ ସହିତ କ୍ୟାଟେଗୋରୀ ୨ ଭର୍ତ୍ତି ଲିଙ୍କରେ କ୍ଲିକ କରନ୍ତୁ।
– ଏବେ ପ୍ରାର୍ଥୀ ନୂଆ ପେଜରେ ଦିଆଯାଇଥିବା ଆବେଦନ ଲିଙ୍କରେ କ୍ଲିକ କରି ତଳେ ଥିବା ସିଧାସଳଖ ଲିଙ୍କ ଜରିଆରେ ଅନଲାଇନ ଆବେଦନ ପେଜକୁଯାଇପାରିବେ।
– ଏହି ପେଜରେ ମଗାଯାଇଥିବା ସୂଚନାକୁ ପୂରଣ କରିବା ପରେ ନିଜକୁ ରେଜିଷ୍ଟ୍ରର କରନ୍ତୁ।
– ଏହାପରେ ମିଳିଥିବା ରେଜିଷ୍ଟ୍ରସନ ନମ୍ବର ଏବଂ ପାସଓ୍ଵାର୍ଡ ଜରିଆରେ ଲଗ୍‌ଇନ କରି ନିଜର ଆପ୍ଲିକେସନ ଫର୍ମ ସବମିଟ୍‌ କରନ୍ତୁ।
– ଆବେଦନ କରିବା ସମୟରେ ପ୍ରାର୍ଥୀ ୮୦୦ ଟଙ୍କାର ଆବେଦନ ଶୁଳ୍କ ଭରିବା ଜରୁରୀ। ଅନଲାଇନ ମାଧ୍ୟମରେ ଆପଣ ଆବେଦନ ଶୁଳ୍କ ଦେଇପାରିବେ।

Get real time updates directly on you device, subscribe now.