fbpx

IPLକୁ ନେଇ ବଡ ଘୋଷଣା କଲା Jio: ଏଣିକି ନୂଆ ଷ୍ଟାଇଲରେ କ୍ରିକେଟପ୍ରେମୀ ଦେଖିବେ ଟି-୨୦ ଲିଗ

ନୂଆଦିଲ୍ଲୀ: ରିଲାଏନ୍ସ AGM ୨୦୨୨ରେ କମ୍ପାନୀ JioAirFiberର ଘୋଷଣା କରିଛି । ଏହାଦ୍ୱାରା ଅନେକ କିଛି ଜିନିଷରେ ପରିବର୍ତ୍ତନ ହେବ । ତେବେ ଲୋକପ୍ରିୟ ଟି-୨୦ ଲିଗ IPL ଦେଖିବାର ଅନ୍ଦାଜ ମଧ୍ୟ ବଦଳିବାକୁ ଯାଉଛି । ଟି-୨୦ ଲିଗରେ ଖୁବ ଶୀଘ୍ର କିଛି ନିଆରା ଫିଚର ଆସିବାକୁ ଯାଉଛି । ତେବେ ଏହି JioAirFiber ଦ୍ୱାରା ଆପଣ ଘରେ କିମ୍ବା ଅଫିସରେ ରହି ହାଇ ସ୍ପିଡ ଇଣ୍ଟରନେଟ ସହ କନେକ୍ଟ କରିପାରିବେ । ଏଥିରେ Gigabit-ସ୍ପିଡ ଇଣ୍ଟରନେଟ ସେବା ପ୍ରଦାନ କରାଯିବ ।

ତେବେ ଘରେ ଇଣ୍ଟରନେଟ ସେବା ପାଇବା ପାଇଁ କୌଣସି ତାରର ଆବଶ୍ୟକତା ପଡିବ ନାହିଁ । JioAirFiber ଏଣ୍ଡ-ଟୁ-ଏଣ୍ଡ ସଲ୍ୟୁସନ ବେସ୍ଡ 5G ହୋଇଥିବା କହିଛି କମ୍ପାନୀ । ଏହାଦ୍ୱାରା ଆପଣଙ୍କୁ IPL ଇମର୍ସିଭ ଏକ୍ସପେରିଏନ୍ସ ମଧ୍ୟ ମିଳିବ । ତେବେ ଆପଣଙ୍କୁ ଏହା ଧ୍ୟାନରେ ରଖିବାକୁ ପଡିବ ଯେ, ଏହା ଏକ ପୋଟେନ୍ସିଆଲ କେସ ଅଟେ । ତେବେ ଏହା ତୁରନ୍ତ ଲାଗୁ କରାଯିବ ନାହିଁ । ଅଲଟ୍ରା-ଲୋ ଲଟେନ୍ସି ନେଟୱାର୍କ ସହିତ ଉପଲବ୍ଧ ରହିବ JioAirFiber ।

ଏହି ଫିଚର ଦ୍ୱାରା ଆପଣ ମ୍ୟାଚ ସମୟରେ ଲାଇଭ ଭିଡିଓର ମଧ୍ୟ ଆନନ୍ଦ ନେଇ ପାରନ୍ତି । ଏହାଦ୍ୱାରା କ୍ୟାମେରାକୁ ମଧ୍ୟ ଆପଣ ନିୟନ୍ତ୍ରଣ କରିପାରିବେ । ଅର୍ଥାତ ଆପଣଙ୍କ ଇଚ୍ଛା ମୁତାବକ ଯେକୌଣସି କ୍ୟାମେରାରେ ଆପଣ ମ୍ୟାଚ ଦେଖିପାରିବେ । ତେବେ ଅନ୍ୟ କ୍ୟାମେରାର ଭିଜୁଆଲ ଛୋଟ ଛୋଟ ସ୍କ୍ରିନରେ ଚାଲୁ ରହିବ । JioAirFiberର ବିଭିନ୍ନ ନୂଆ ଫିଚର ଦ୍ୱାରା IPL ଦେଖିବାର ଅନ୍ଦାଜ ମଧ୍ୟ ବଦଳିଯିବ ।

Get real time updates directly on you device, subscribe now.