fbpx

୭ଟା ୩୦ରେ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ସନ୍ଧ୍ୟା ୭ଟା ୩୦ରେ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ ସମୟରେ ପୁଣିଥରେ ସ୍କୁଲ, କଲେଜ୍ ଖୋଲିଥିବାରୁ ପିଲାଙ୍କ ମଧ୍ୟରେ ଥିବା ଉତ୍ସାହକୁ ନେଇ ମୁଖ୍ୟମନ୍ତ୍ରୀ କିଛି କହିପାରନ୍ତି ବୋଲି ଅନୁମାନ କରାଯାଉଛି । ସୂଚନାଯୋଗ୍ୟ, କୋଭିଡ୍ କାରଣରୁ ଦୀର୍ଘ ଦିନ ଧରି ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବା ପରେ ଆଜିଠାରୁ ସମଗ୍ର ରାଜ୍ୟରେ ଏସବୁକୁ ଖୋଲାଯାଇଛି । ତେବେ ପ୍ରଥମ ଦିନରେ ଖୁବ୍ କମ୍ ପିଲା ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । କ୍ରମଶଃ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.