fbpx

ବରଗଡ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ବରଗଡ,୫ ।୨(ଓଡିଶା ଭାସ୍କର): ବରଗଡରେ ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ଆଜି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଘୋଷଣା ମୁତାବକ, ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ହେବ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ସହରାଞ୍ଚଳ ସିଏଚସିରେ ୩୦ଟି ଶଯ୍ୟା ରହିବା ସହ ଜରୁରୀକାଳୀନ ସହାୟତା ମିଳିବ । ପୁରୁଣା ଓ ନୂଆ ଡାକ୍ତରଖାନା ମଧ୍ୟରେ ଯାତାୟତ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ରୋଗୀଙ୍କ ସୁବିଧା ପାଇଁ ମାଗଣା ଆମ୍ବୁଲାନ୍ସ ସେବା ଓ ବସ୍ ସେବା ଯୋଗାଇ ଦିଆଯିବ । ଅର୍ବାନ ସିଏଚସିରେ ଜରୁରୀକାଳୀନ ଚିକିତ୍ସା ଓ ଓପିଡି ସେବା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

Get real time updates directly on you device, subscribe now.