fbpx

OPTCLରେ ମିଳିଲା ୨୩୫ ନୂତନ ନିଯୁକ୍ତି: ଭର୍ଚୁଆଲ ମୋଡରେ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓପିଟିସିଏଲରେ ୨୩୫ ନୂତନ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି । ସମୁଦାୟ ୨୩୫ ଜଣଙ୍କ ମଧ୍ୟରୁ ୬୦ ଜଣ ମ୍ୟାନେଜମେଣ୍ଟ ଟ୍ରେନି ଏବଂ ୧୭୫ ଜଣ ଜୁନିୟର ଟେକ୍ନିସିଆନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ନବ ନିଯୁକ୍ତ କର୍ମୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ସ୍ୱାଗତ ଜଣାଇଥିଲେ । ବିଦ୍ୟୁତ ଆମ ଅର୍ଥ ବ୍ୟବସ୍ଥାର ଏକ ପ୍ରମୁଖ ଅଙ୍ଗ । ତେଣୁ ନିରବଛିନ୍ନ ଭାବରେ ବିଦ୍ୟୁତ ସରବରାହ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ । ଲୋକସେବା ଭବନରୁ ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ ।

ଏହା ସହିତ ରାଜ୍ୟରେ ବିଦ୍ୟୁତ ଯୋଗାଣକୁ ସୁଦୃଢ କରିବା ପାଇଁ ୧୮୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ୯୯ଟି ୩୩ କେଭି ପ୍ରାଇମେରୀ ସବଷ୍ଟେସନ ସ୍ଥାପନ କରାଯିବାକୁ ଯୋଜନା ରହିଥିବା ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ । ନବନିଯୁକ୍ତ କର୍ମଚାରୀ ମାନେ ୫-ଟି ଆଧାରରେ କାମ କରିବା ପାଇଁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଶକ୍ତି, ଶିଳ୍ପ ଏବଂ ଏମଏସଏମଇ ବିଭାଗର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କଳାହାଣ୍ଡିରୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରମୁଖ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭିକେ ପାଣ୍ଡିଆନ ଏବଂ ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Get real time updates directly on you device, subscribe now.