fbpx
BJD SKY
BJD SKY

ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ ବୈଠକ

BJD

ଭୁବନେଶ୍ୱର, ୨୮ା୫(ଓଡ଼ିଶା ଭାସ୍କର): ଆସନ୍ତାକାଲି ନବୀନ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ବର୍ଷ ପୂର୍ତ୍ତି । ମନ୍ତ୍ରୀଙ୍କଠାରୁ ବର୍ଷକର ହିସାବ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ଦିନ ୧୧ଟା ୪୫ରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ । ଏହାପରେ ଦିନ ୧୨ଟା ୧୫ରେ ରାଜ୍ୟ ମନ୍ତ୍ରିପରିଷଦ ବୈଠକ ବସିବ ବୋଲି ସୂଚନା ମିଳିଛି ।

ଅନ୍ୟପଟେ ଆଜି କରୋନା ସଂକ୍ରମିତ ସରପଞ୍ଚ ଓ ଆଶା କର୍ମୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଫୋନ୍ ଯୋଗେ ସଂକ୍ରମିତ ଅଙ୍ଗନବାଡ଼ି କର୍ମୀଙ୍କ ସହ ବି କଥା ହୋଇଛନ୍ତି । ଏହାସହ କରୋନା ଯୋଦ୍ଧାଙ୍କ ତ୍ୟାଗ ଓ ସାହସକୁ ଉଚ୍ଚ ପ୍ରଶଂସା କରିଛନ୍ତି । ସେମାନଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Get real time updates directly on you device, subscribe now.