fbpx

ମୁଖ୍ୟମନ୍ତ୍ରୀ ନୀତିଶ କୁମାର କରୋନା ପଜିଟିଭ୍, ନିଜକୁ କଲେ ଆଇସୋଲେଟ୍

ପାଟନା ୧୦।୦୧ : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଘରେ ନିଜକୁ ଆଇସୋଲେସନରେ ରଖିଛନ୍ତି। ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସାବଧାନ ରହିବାକୁ ଅପିଲ୍ କରିଛନ୍ତି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ସୋମବାର ଟ୍ଵିଟ୍ କରି ଏହାର ସୂଚନା ଦିଆଯାଇଛି। କରୋନା ଯାଞ୍ଚରେ ମୁଖ୍ୟମନ୍ତ୍ରୀ ପଜିଟିଭ୍ ଚିହ୍ନଟ ହୋଇଥିବା କୁହାଯାଇଛି।

ଏହା ପୂର୍ବରୁ ରାଜ୍ୟର ଦୁଇ ଉପ ମୁଖ୍ୟମନ୍ତ୍ରୀ ତାରାକିଶୋର ପ୍ରସାଦ ଏବଂ ରେଣୁ ଦେବୀ ସମେତ ଅନେକ ମନ୍ତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହି ପରି ଅନେକ ମନ୍ତ୍ରୀ କରୋନା ସଂକ୍ରମିତ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, କରୋନା ସଂକ୍ରମିତ ହେବା ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଆଇସୋଲେସନରେ ରଖାଯାଇଛି।

ସୂଚନା ଅନୁଯାୟୀ, ସୋମବାର ସକାଳେ ମୁଖ୍ୟମନ୍ତ୍ରୀଙ୍କ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା। ରିପୋର୍ଟ ନେଗେଟିଭ୍ ଆସିବା ପରେ ବି ଲକ୍ଷଣ ଦେଖାଯିବାରୁ ତାଙ୍କର ଆରଟିପିସିଆର ଟେଷ୍ଟ କରାଯାଇଥିଲା। ଯାଞ୍ଚ ରିପୋର୍ଟ ପଜିଟିଭ୍ ଆସିବା ପରେ ନୀତିଶ କୁମାରଙ୍କୁ ଆଇସୋଲେସନରେ ରଖାଯାଇଛି। ଉପ ମୁଖ୍ୟମନ୍ତ୍ରୀ ତାରାକିଶୋର ପ୍ରସାଦ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଶୀଘ୍ର ସୁସ୍ଥ କାମନା କରିଛନ୍ତି।

Get real time updates directly on you device, subscribe now.