“କାଳ ଭୈରବ ସ୍ୱପ୍ନରେ ଆସିଥିଲେ, କହିଲେ ଦିଲ୍ଲୀ ଯାଅ”, ସିଏମ ରେଖା ଗୁପ୍ତାଙ୍କ ଆକ୍ରମଣକାରୀର ବଡ଼ ବୟାନ
ସିଏମ ରେଖା ଗୁପ୍ତାଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତର ବଡ଼ ବୟାନ ସାମ୍ନାକୁ ଆସିଛି..
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଆକ୍ରମଣ କରିଥିବା ରାଜେଶ ଖିମଜୀର ବଡ଼ ବୟାନ ସାମ୍ନାକୁ ଆସିଛି। ପଚରାଉଚରାରେ ସେ କହିଛି ଯେ, ସେ ଶିବ ମନ୍ଦିର କରି ଶିବଲିଙ୍ଗ ପୂଜା କରେ।
ଯେତେବେଳେ କୁକୁରକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆସିଲା, ସେତେବେଳେ ତାକୁ ଶିବ ଲିଙ୍ଗରେ ଭଗବାନଙ୍କ ଭୈରବ ଦର୍ଶନ ଦେଇଥିଲେ।
ବିନା ଟିକେଟରେ ଦିଲ୍ଲୀରେ ପହଞ୍ଚିଥିଲା ରାଜେଶ: ଭୈରବ ରାଜେଶକୁ କୁକୁରମାନଙ୍କ ବିଷୟରେ ଦିଲ୍ଲୀ ଯାଇ କହିବାକୁ କହିଥିଲେ। ଏହାପରେ ରାଜେଶ ସୋମବାର ନିଜ ଘରୁ ଉଜୈନୀରେ ପହଞ୍ଚିଥିଲା। ସେଠାରୁ ସେ ଦିଲ୍ଲୀ ବାହାରିଥିଲା। ବିନା ଟିକେଟରେ ରାଜେଶ ଦିଲ୍ଲୀରେ ପହଞ୍ଚିଥିଲା। ଏହାପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଘର କେଉଁଠି ଜାଣିବାକୁ ଚାହିଁଥିଲା।
‘ମୁଖ୍ୟମନ୍ତ୍ରୀ କଥା ନ ଶୁଣିବାରୁ, ଆକ୍ରମଣ କଲା’: ଅଭିଯୁକ୍ତ ରାଜେଶ ସିଏମ ରେଖାଗୁପ୍ତାଙ୍କ ପାଖେ ପହଞ୍ଚି ଦିଲ୍ଲୀରୁ କୁକୁରମାନଙ୍କୁ ନ ବାହାର କରିବାକୁ କହିଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ତାଙ୍କ କଥା ଶୁଣିନଥିଲେ ବୋଲି ରାଜେଶ ନିଜ ବୟାନରେ ପ୍ରକାଶ କରିଛି।
ଏହାପରେ ସେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଆକ୍ରମଣ କରିଥିଲା। କିନ୍ତୁ ରାଜେଶର ଏହି କଥା କେତେ ସତ, ତାହା ପୋଲିସ ବର୍ତ୍ତମାନ ଯାଞ୍ଚ କରୁଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀକୁ ଜେଡ୍ ସୁରକ୍ଷା ପ୍ରଦାନ କରାଯାଇଛି।