fbpx

ଅମିତ୍ ଶାହଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସହିତ ଫୋନ୍ ଯୋଗେ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସଂପର୍କରେ ଅମିତ୍ ଶାହଙ୍କ ସହିତ କଥା ହୋଇଛନ୍ତି ମୁଖ୍ରମନ୍ତ୍ରୀ । ଯୁଦ୍ଧସ୍ଥିତି ମଧ୍ୟରେ ସେଠାରେ ଫସିରହିଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ଶ୍ରମିକଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ସେ ନିବେଦନ କରିଛନ୍ତି ।

ତେବେ ଅମିତ୍ ଶାହ ମଧ୍ୟ ପ୍ରତିଶୃତି ଦେଇଛନ୍ତି ଯେ, ସେ ଓଡ଼ିଆ ଛାତ୍ରଛାତ୍ରୀ ସମେତ ସମସ୍ତ ଭାରତୀୟଙ୍କୁ ସେଠାରୁ ସୁରକ୍ଷିତ ଭାବରେ ଦେଶକୁ ଫେରାଇ ଆଣିବେ । ୟୁକ୍ରେନ ସରକାରଙ୍କ ସହିତ ଯୋଗଯୋଗରେ ଥିବା ସେ କହିଛନ୍ତି । ଉଦ୍ଧାର ନେଇ ଭାରତ ସରକାର ୟୁକ୍ରେନ ସହ ଯୋଗାଯୋଗରେ ଅଛନ୍ତି । ଯଥାସମ୍ଭବ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ନେଇ ଉଦ୍ୟମ ଜାରି ଥିବା ସେ କହିଛନ୍ତି ଗୃହମନ୍ତ୍ରୀ ।

Get real time updates directly on you device, subscribe now.