କଟକ: ଐତିହାସିକ ବାଲିଯାତ୍ରା ଆରମ୍ଭ ହୋଇସାରିଛି। ଲୋକମାନେ ଆନନ୍ଦ ଉଲ୍ଲାସର ସହ ବାଲିଯାତ୍ରା ବୁଲିବାକୁ ଯାଉଛନ୍ତି। କିନ୍ତୁ ଲୋକଙ୍କ ସ୍ୱାସ୍ଥ୍ୟକୁ ଜଗିଛି ସିଏମସି ସ୍ୱାସ୍ଥ୍ୟ ଟିମ୍। ବାସିଖାଦ୍ୟ ଖାଇ କିଏ ବି ଅସୁସ୍ଥ ନ ହୁଅନ୍ତି ବୋଲି ସିଏମସି ସ୍ୱାସ୍ଥୂ ଟିମର ବାଲିଯାତ୍ରାରେ ଚଢାଉ ଚାଲିଛି।
ବାଲିଯାତ୍ରାର ଉଭୟ ତଳ ଓ ଉପର ପଡିଆରେ ଚଢାଉ କରିଛି ସ୍ୱାସ୍ଥ୍ୟ ଟିମ୍। ବାସିଖାଦ୍ୟ ବିକ୍ରି କରିବା ଓ ଗଚ୍ଛିତ ରଖିବା ନେଇ ଯାଞ୍ଚ ଚାଲିଛି। ଫୁଡ୍ ଷ୍ଟଲରେ ଚଢାଉ କରି ବାସି ଖାଦ୍ୟକୁ ନଷ୍ଟ କରିଛି ସ୍ୱାସ୍ଥ୍ୟ ଟିମ୍। ଏଥିସହ ଯେଉଁ ଫୁଡ ଷ୍ଟଲ ବାସିଖାଦୂ ରଖିଥିଲେ ସେମାନଙ୍କ ଉପରେ ଫାଇନ୍ ପଡିଛି।