fbpx

ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ:ମେଡ଼ିକାଲ କଲେଜ, ବିଶ୍ୱବିଦ୍ୟାଳୟର କରିବେ ଲୋକାର୍ପଣ

Advertisement

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନିକିଆ କେନ୍ଦୁଝର ଗସ୍ତରେ ଯାଉଛନ୍ତି । ଏଥିନେଇ ପ୍ରସ୍ତୁତିପର୍ବ ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଉଭୟ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ ପୂର୍ବରୁ କେନ୍ଦୁଝରବାସୀଙ୍କୁ ସେ ଏକ ବଡ ଭେଟି ଦେଇଛନ୍ତି । କେନ୍ଦୁଝରବାସୀଙ୍କ ଦୀର୍ଘଦିନର ଦାବି ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଗତକାଲି ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସୂଚନା ଦେଇଛନ୍ତି ।
ସେହିପରି ଏହି ମାନ୍ୟତାକୁ ଉଚ୍ଚ ଶିକ୍ଷା ବିଭାଗ ବିଜ୍ଞପ୍ତି ଜରିଆରେ ମଧ୍ୟ ପ୍ରକାଶ କରିଛି । ବାରିପଦା ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଡିଡି କଲେଜ ଏବେ ସ୍ୱତନ୍ତ୍ର ଭାବେ ବିଶ୍ୱବିଦ୍ୟାଳୟର ମାନ୍ୟତପାଇଛି । ଏହାଫଳରେ ଜିଲ୍ଲାର ବହୁ ଛାତ୍ରଛାତ୍ରୀ ଉପକୃତ ହେବେ ।

ଏଥିନେଇ ଜିଲ୍ଲାବାସୀ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓ ୫-ଟି ସଚିବ ଭି କେ ପାଣ୍ଡିଆନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଡି ଡି ବିଶ୍ୱବିଦ୍ୟାଳୟ ଏବଂ ଡି ଡି ମେଡିକାଲ କଲେଜକୁ ସୋମବାର ଲୋକାର୍ପଣ କରିବା ସହ ବହୁ ବିକାଶମୂଳକ କାର୍ଯ୍ୟର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ ଯେ, ୧୯୫୭ ମସିହାରେ ଡି ଡି କଲେଜ ପ୍ରତିଷ୍ଠା ହୋଇଥିବା ବେଳେ ନାକ୍ ଟିମ୍ ପକ୍ଷରୁ ଏହାକୁ ବି ପ୍ଲସ୍ ଗ୍ରେଡ୍ ପ୍ରଦାନ କରାଯାଇଥିଲା । ସେହିପରି ୩୮୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଡି ଡି ମେଡିକାଲ କଲେଜରେ ପ୍ରଥମବର୍ଷ ପାଇଁ ୧୦୦ଟି ସିଟ୍ ରେ ଏମ୍ବିବିଏସ୍ ପାଠ୍ୟକ୍ରମରେ ନାମ ଲେଖାଯାଇ ପାଠ ପଢ଼ା ଆରମ୍ଭ ହୋଇଛି । ୨୦୧୬ ମସିହାରେ ଡି ଡି ମେଡିକାଲ କଲେଜ ଓ ହସ୍ପିଟାଲର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ।

ଏଥିରେ ୨୫ଟି ବ୍ଲକ୍ ଓ ୧୮ଟି କୋଠା ନିର୍ମାଣ କରାଯିବା ସହ କଲେଜ ଓ ହସ୍ପିଟାଲ ପାଇଁ ୩ଟି ବ୍ଳକ୍ ନିର୍ମାଣ କରାଯାଇଛି । ଅନ୍ୟପକ୍ଷରେ ୪ହଜାର ୭୦୦ କୋଟିର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ।

Get real time updates directly on you device, subscribe now.