fbpx
BJD SKY
BJD SKY

ପୁରୀ ମୁଖ୍ୟ କେନାଲରେ ବୁଲୁଛି ଘଡିଆଳ କୁମ୍ଭୀର, ସ୍ଥାନୀୟ ଲାେକ ଆତଙ୍କୀତ

BJD

ବାରଙ୍ଗ(ଭାସ୍କର ନ୍ୟୁଜ୍‌): ପ୍ରତାପ ନଗରୀ ନିକଟ ନୂଆଗଡ କଲେଜ ପୁରୀ ମୁଖ୍ୟ କେନାଲରେ ଏକ ଘଡିଆଳ କୁମ୍ଭୀର ଭାସୁଥିବା ଦେଖିବାକୁ ମିଳିଛି । କେନାଲକୁ ଗାଧେଇ ଯାଇଥିବା କିଛି ଲୋକ ଅଚାନକ କୁମ୍ଭୀରଟିକୁ ଦେଖି ଭୟଭୀତ ହୋଇଛନ୍ତି । ଫଳରେ ସେମାନେ ନାଳରୁ ବାହାରି ଆସି ପାଟିକରିବାରୁ ଦେଖଣାହାରୀମାନେ ଘଟଣାସ୍ଥଳରେ ଜମା ହୋଇଯାଇଥିଲେ । ଖବର ପ୍ରଚାରିତ ହେବା ପରେ ସେହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ତେବେ କୁମ୍ଭୀରଟି ଘଡିଆଳ ପ୍ରଜାତିର ହୋଇଥିବାରୁ ସେ ଲୋକମାନଙ୍କର କ୍ଷତି କରିବ ନାହିଁ । ଖବରପାଇ ସେଠାରେ ବନବିଭାଗର କର୍ମଚାରୀମାନେ ପହଞ୍ଚି କୁମ୍ଭୀରର ଗତିବିଧି ଉପରେ ତାର ନଜର ରଖାଯାଇଛି । ଲୋକେ ଏଥିପାଇଁ ଭୟଭୀତ ନହେବା ଓ କୁମ୍ଭୀର ନିକଟକୁ ନଯିବା ପାଇଁ ପରାମର୍ଶ ଦେଇଛନ୍ତି । ଏହି ଘଡିଆଳ କୁମ୍ଭୀରଟି ୧୦ଫୁଟର ହେବ ବୋଲି ଅନୁମାନ କରାଯାଉଛି ।

ଏଠାରେ ସୂଚନା ଯୋଗ୍ୟ ଗତ ୨୦୨୧ ଡିସେମ୍ବର ମାସ ୨ତାରିଖରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ୪ଟି ଘଡିଆଳ କୁମ୍ଭୀର ମହାନଦୀର ସାତକୋଶିଆ ଯାଇଥିଲା । ସେମାନଙ୍କ ବଂଶ ବୃଦ୍ଧି, ଗତିବିଧିକୁ ନୀରିକ୍ଷଣ କରିବା ପାଇଁ ତାଙ୍କ ଲାଞ୍ଜରେ ସାଟାଲାଇଟ ଟ୍ରାନ୍ସମିଟର ଲଗାଯାଇଥିଲା । ଏହି ଘଡିଆଳ ଭିତରେ ଗୋଟିଏ ଅଣ୍ଡିରା ଓ ୩ଟି ମାଈ ଅଛନ୍ତି । ଅଣ୍ଡିରଟିର ଲମ୍ବ ୧୬ଫୁଟ, ଗୋଟେ ମାଈର ଲମ୍ବ ୧୦ଫୁଟ ଥିବାବେଳେ ଅନ୍ୟ ୨ଟି ମାଈର ଲମ୍ବ ୬ଫୁଟ । ତାଙ୍କ ଦେହରେ ଲାଗିଥିବା ସାଟାଲାଇଟ ଟ୍ରାନ୍ସମିଟର ଜରିଆରେ ଏମାନଙ୍କ ପ୍ରଜନନ ଓ ଗତିବିଧି ଏମାନଙ୍କ ଅବସ୍ଥିତି ଜଣାପଡିବ ବୋଲି ଛଡାଯାଇଛି । ତେବେ ଗତ କିଛି ଦିନ ହେବ ୨ଟି ଘଡିଆଳ କୁମ୍ଭୀର ମହାନଦୀକୁ ପଳାଇ ଆସିଥିଲେ । ମୁଣ୍ଡଳୀ ବ୍ୟାରେଜ୍‌ ଦେଇ ପୁରୀ ମୁଖ୍ୟ କେନାଲକୁ ପଳାଇ ଆସିଥିବା ଅନୁମାନ କରାଯାଉଛି ।

Get real time updates directly on you device, subscribe now.