fbpx

T-20 World Cup: ଟିମ୍ ଇଣ୍ଡିଆରେ ଚାଲିଛି କୋଲ୍ଡ ୱାର, ଦଳୀୟ କନ୍ଦଳ ହିଁ ପରାଜୟର ମୁଖ୍ୟ କାରଣ

Advertisement

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ଭାରତର କ୍ରମାଗତ ଭାବେ ଦୁର୍ବଳ ପ୍ରଦର୍ଶନ ସମଗ୍ର ବିଶ୍ୱପ୍ରେମୀକୁ ଚକିତ କରିଦେଛି । ଏକଦା ବିଶ୍ୱକପର ଅନ୍ୟତମ ଦାବିଦାର କୁହାଯାଉଥିବା ଟିମ୍ ଇଣ୍ଡିଆ ଆଜି ଗ୍ରୁପ୍ ପଏଣ୍ଟ ଟେବୁଲର ତଳଆଡ଼ୁ ଏକପ୍ରକାର ପ୍ରଥମ ସ୍ଥାନ ଅଧିକାର କରିଛି । ପ୍ରଥମ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଓ ଦ୍ୱିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ଲଜ୍ଜାଜନକ ଭାବେ ପରାସ୍ତ ହେବା ପରେ ଭାରତୀୟ ଦଳକୁ ବହୁ କ୍ରୀଡ଼ାବିତ, କ୍ରୀଡ଼ାପ୍ରେମୀ ସମାଲୋଚନା କରିଛନ୍ତି । ସିଂହର ହୁଙ୍କାର ଦେଇ ବିଶ୍ୱକପ ମଇଦାନକୁ ଓହ୍ଲାଇଥିବା ଦଳ କିପରି କେଇ ମିନିଟରେ ଶୃଗାଳ ପାଲଟିଗଲା ତାହାର ପ୍ରକୃତ କାରଣ ଆଜି ବି ଅସ୍ପଷ୍ଟ । ତେବେ ଭାରତୀୟ ଦଳରେ ପରିଚାଳନାଗତ ତ୍ରୁଟି, ଖେଳାଳିଙ୍କ ବିଶ୍ରାମର ଅଭାବ, ମନୋବଳ ଅଭାବ ଆଦି ଦଳର ଦୁର୍ବଳ ପ୍ରଦର୍ଶନ ଅନ୍ୟତମ କାରଣ ବୋଲି କ୍ରୀଡ଼ା ବିଶାରଦମାନେ ମତ ଦେଇଛନ୍ତି ।

ତେବେ ବିଶ୍ୱକପ ଖରାପ ପ୍ରଦର୍ଶନ ପାଇଁ ଖେଳାଳିମାନେ ଯେତିକି ମାତ୍ରାରେ ଦାୟୀ, ବିସିସିଆଇ ମଧ୍ୟ ସେତିକି ମାତ୍ରାରେ ଦାୟୀ । ବିଶ୍ୱକପ ପରି ବଡ଼ ଇଭେଣ୍ଟ ପୂର୍ବରୁ ଅଧିନାୟକ କୋହଲି ଓ କୋଚ ଶାସ୍ତ୍ରୀଙ୍କ ବିଦାୟ ଘୋଷଣା ମ୍ୟାନେଜମେଣ୍ଟର ଦୁର୍ବଳତାକୁ ପଦାରେ ପକାଇଛି । ଦୁହେଁ ବହୁଦିନ ଧରି ଦଳକୁ ବିଭିନ୍ନ ଫର୍ମାଟରେ ସମ୍ଭାଳୁଥିଲେ । ଏକସମୟରେ ଦୁହିଁଙ୍କ ବିଦାୟ ନିଶ୍ଚିତ ଭାବେ ଦଳର ପ୍ରଦର୍ଶନକୁ ପ୍ରଭାବିତ କରିଛି । ପୁଣି କୋହଲି ଦାୟିତ୍ୱ ତୁଲାଉଥିବ ସମୟରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ କ’ଣ ପାଇଁ ମେଣ୍ଟର ଭାବେ ଅଣାଗଲା । ଏହା ନିଶ୍ଚିତ ଭାବେ ଡ୍ରେସିଂ ରୁମରେ ଖେଳାଳିଙ୍କୁ ଦୁଇ ଗୋଷ୍ଠୀରେ ବିଭକ୍ତ କରିଦେଇଥିବ । ଅନ୍ୟପକ୍ଷରେ ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କୁ ବାଦ ଦେଇ ଅଶ୍ୱିନୀଙ୍କୁ ନିଆଯାଇଥିଲା । ବିଶ୍ୱକପ ପ୍ଲେଇଂ-୧୧ରେ କୋହଲଙ୍କୁ ଏକ ପ୍ରକାର ଗୁରୁତ୍ୱ ଦିଆଯାଇନଥିଲା । ଭବିଷ୍ୟତର ଅଧିନାୟକ କୁହାଯାଉଥିବା ରୋହିତ ଶର୍ମା ଓ ଧୋନୀଙ୍କ ଲିଗାସିଙ୍କୁ ଦଳରେ ସାମିଲ କରାଯାଇଥିଲା । ଦଳରେ ଏକତା ନଥିଲେ ଦଳ ରାଜ୍ୟସ୍ତରୀୟ କ୍ଲବଠାରୁ ମଧ୍ୟ ଅନାୟାସରେ ପରାଜିତ ହେବ? ଦଳରେ ଯେ କିଛି ମାତ୍ରାରେ ଶୀତଳଯୁଦ୍ଧ ଚାଲିଛି, ଏହାକୁ ସ୍ୱୀକାର କରିବାକୁ ପଡ଼ିବ । ଚଳିତ ବିଶ୍ୱକପ ମ୍ୟାଚରେ ଦଳ ପଡ଼ିଆକୁ ଓହ୍ଲାଇବା ସମୟରେ ଖେଳାଳିଙ୍କ ମଧ୍ୟରେ ଜୋସ୍ ନଥିବା ବହୁ ପୂର୍ବତନ ଖେଳାଳି ମନ୍ତବ୍ୟ ପ୍ରଦାନ କରିଛନ୍ତି । ଆଗରୁ ଯେତେ ପଢ଼ିଥିଲେ ହେଁ ପରୀକ୍ଷା ସମୟରେ ନିଶ୍ଚିତ ଭାବେ ରିଭାଇଜ୍ ଦରକାର । ଅନୁରୂପ ଭାବେ ଦଳରେ ହେଭିୱେଟ୍ ବ୍ୟାଟ୍ସମ୍ୟାନମାନେ ଫର୍ମରେ ଥିଲେ ହେଁ ଦୃଢ଼ ମନୋବଳ ସହିତ ରଣନୀତି ଆପ୍ଲାଏ କରି ପାରିଲେ କ୍ଲବଠାରୁ ମଧ୍ୟ ଦଳ ହାରିବ । ଯଦି ସତରେ ଟିମ୍ ଇଣ୍ଡିଆର ଖେଳାଳିଙ୍କ ମଧ୍ୟରେ କିଛି କନ୍ଦଳ ରହିଥାଏ, ବିଶ୍ୱକପ ପରେ ନିଶ୍ଚିତ ପଦାକୁ ଆସିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.