fbpx

ସବୁ ରେକର୍ଡ ଭାଙ୍ଗିଲା ଥଣ୍ଡା; ପାଇପ୍ ପାଣି ପାଲଟିଯାଉଛି ବରଫ, ଜନଜୀବନ ଅତିଷ୍ଠ

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ପାହାଡ ଉପରେ ବରଫପାତ ଏତେମାତ୍ରାରେ ଜାରି ରହିଛି ଯେ ଏଠାରେ ଥଣ୍ଡା ଏବେ ସବୁ ରେକର୍ଡ ଟପିଯାଇଛି । ଗତ ରାତିରେ ଶ୍ରୀନଗରରେ ସବୁଠାରୁ ଅଧିକ ଥଣ୍ଡା ପଡିଥିଲା । ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି କି ଜାମ୍ମୁ କାଶ୍ମୀରର ଗ୍ରୀଷ୍ମକାଳୀନ ରାଜଧାନୀ ଶ୍ରୀନଗର ସହରରେ ବୁଧବାର ରାତିରେ ନ୍ୟୁନତମ ତାପମାତ୍ରା -୫.୪ ଡିଗ୍ରୀ ସେଲସିୟସ ଥିଲା । ଏହାର ପୂର୍ବ ରାତିରେ ତାପମାତ୍ରା -୫ ଡିଗ୍ରୀ ସେଲସିୟସ ଥିଲା । ଅଧିକାରୀ କହିଛନ୍ତି ସହରରେ ଚଳିତ ଶୀତ ଋତୁରେ ଏହା ସବୁଠାରୁ ନିମ୍ନ ତାପମାତ୍ରା ଥିଲା ।

ଦକ୍ଷିଣ କାଶ୍ମୀର ଅନନ୍ତନାଗ ଜିଲ୍ଲାର ପହଲଗାଓଁରେ ନ୍ୟୁନତମ ତାପମାତ୍ରା -୫.୮ ଡିଗ୍ରୀ ସେଲସିୟସ ଥିଲା । ଘାଟୀରେ ପ୍ରବଳ ଶୀତ ଲହରୀ କାରଣରୁ ବହୁ ଜଳାଶୟ ସଂପୂର୍ଣ୍ଣ ବରଫ ପାଲଟିଯାଇଛି । ଏପରିକି ଜଳ ଯୋଗାଣ କରାଯାଉଥିବା ପାଇପ୍ ଗୁଡିକରେ ପାଣି ବରଫ ପାଲଟି ଯାଇଥିବାରୁ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି ।

ସୂଚାଇ ଦିଆଯାଇପାରେ କି ଜାମ୍ମୁ କାଶ୍ମୀରରେ ଗତ ୧୫ ଦିନ ହେବ ଭୀଷଣ ଥଣ୍ଡା ଲହର ଜାରି ରହିଛି । ଅଧିକାଂଶ ଅଞ୍ଚଳରେ ତାପମାତ୍ରା ଶୂନ ଠାରୁ କମ୍ ରହିଛି । ସେହିପରି ପାହାଡ ଉପରେ ଭୀଷଣ ବରଫପାତ ହେବାରେ ଲାଗିଛି । ଭୀଷଣ ଶୀତ ଲହର କାରଣରୁ ଲୋକଙ୍କ ସମସ୍ୟା ବଢିବାରେ ଲାଗିଛି । ମୌସୁମୀ ବିଭାଗର ସୂଚନା ଅନୁଯାୟୀ ଆହୁରି ୧୫ ଦିନ ପର୍ଯ୍ୟନ୍ତ ଏପରି ଥଣ୍ଡା ଜାରି ରହିବ ।

Get real time updates directly on you device, subscribe now.