fbpx

T-20 ରେ ହାସଲ କରିଥିଲେ ୩ଟି ଶତକ, ତଥାପି ଏହି ଖେଳାଳିଙ୍କୁ World Cupରେ ସ୍ଥାନ ମିଳିଲା ନାହିଁ, ଦୁଃଖରେ କ୍ରିକେଟକୁ ଅଲବିଦା

ନୂଆଦିଲ୍ଲୀ: ଅନେକ ସମୟରେ ବହୁ ପ୍ରତିଭାବାନ୍ ଖେଳାଳି ବିଶ୍ୱକପ୍ ଭଳି ବଡ଼ ଇଭେଣ୍ଟ ଖେଳିବାରୁ ବଞ୍ଚିତ ହୋଇଛନ୍ତି । ନିକଟରେ ନ୍ୟୁଜିଲାଣ୍ଡର ଜଣେ ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନଙ୍କ ସହ ଏପରି ଘଟିଛି । ନିକଟରେ ଟି-୨୦ ବିଶ୍ୱକପ୍ ପାଇଁ ଦଳ ଘୋଷଣା କରାଯାଇଛି । ଏହି ଦଳରେ ସ୍ଥାନ ପାଇନାହାନ୍ତି ହାର୍ଟ ହିଟର କଲିନ୍ ମୁନରୋ । ଏହି ଘଟଣା ପରେ କଲିନ୍ ବହୁତ ନିରାଶ ହେବା ସହିତ କ୍ରିକେଟ ଜଗତକୁ ସବୁଦିନ ପାଇଁ ଅଲବିଦା କରିବାର ସଙ୍କେତ ଦେଇଛନ୍ତି ।

ଟି-୨୦ ବିଶ୍ୱକପ୍ ସହ ପାକିସ୍ତାନ, ବାଂଲାଦେଶ ଓ ଭାରତ ଗସ୍ତ ପାଇଁ କଲିନଙ୍କୁ ଦଳରେ ସ୍ଥାନ ମିଳି ନଥିଲା । ଏହାକୁ ନେଇ ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ, ସେ ବିଶ୍ୱକପ୍ ଖେଳିବାକୁ ଆଶାୟୀ ଥିଲେ । ମାତ୍ର ଏବେ ବୋଧହୁଏ ଦେଶ ପାଇଁ ଖେଳିବାର ସୁଯୋଗ ତାଙ୍କ ପାଇଁ ଆଉ ଆସିବ ନାହିଁ । ଗତ ୨୦୨୦ ଫେବୃଆରୀରେ କଲିନ୍ ଶେଷଥର ପାଇଁ ନ୍ୟୁଜିଲାଣ୍ଡ ପକ୍ଷରୁ ଖେଳିଥିଲେ । କଲିନଙ୍କ ନାମରେ ଟି-୨୦ ଭଳି ସ୍ୱଳ୍ପ ଫର୍ମାଟ୍ କ୍ରିକେଟରେ ୩ଟି ଶତକ ରହିଛି । ସେ ୩୧.୩୪ ହାର ଓ ୧୫୬.୪୪ ଷ୍ଟ୍ରାଇକରେଟରେ ଟି-୨୦ରେ ମୋଟ ୧୭୨୪ ରନ୍ ସଂଗ୍ରହ କରିଥିଲେ । ଏହାସହ ସେ ପାକିସ୍ତାନ ସୁପରଲିଗ୍, କ୍ୟାରବିୟାନ ପ୍ରିମିୟର ଲିଗ୍, ବିଗ୍ ବଶ୍ ଲିଗରେ ଖେଳିଛନ୍ତି । ବର୍ତ୍ତମାନ ସମୟରେ ତାଙ୍କର ଟି-୨୦ରେ ଷ୍ଟ୍ରାଇକରେଟ୍ ୧୪୦.୨୧ ଓ ଆଭରେଜ୍ ୩୭.୯୪ ରହିଛି ।

Get real time updates directly on you device, subscribe now.