fbpx
BJD SKY
BJD SKY

କିନୌରରେ ବଡ଼ ଦୁର୍ଘଟଣା: ଭୂସ୍ଖଳନରେ ଦବିରହିଛନ୍ତି ୪୦ ଜଣ, ଦେଖନ୍ତୁ ଭିଡିଓ

BJD

କିନୌର: ହିମାଚଳ ପ୍ରଦେଶର କିନୌର ଜିଲ୍ଲା ନିଗୁଲସେରୀର ଜାତୀୟ ରାଜପଥ-୫ର ଚିଲ ଜଙ୍ଗଲ ନିକଟରେ ପଥର ଖସିବା କାରଣରୁ ବଡ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଏସଆରଟିସି ବସ୍ ମଧ୍ୟ ଏହାର ଶିକାର ହୋଇଥିବା ଜଣାପଡିଛି । କୁହାଯାଉଛି ଯେ, ପଥର ଖସିବା ଫଳରେ ଏଚଆରଟିସି ବସଟି ପୋତି ହୋଇଛି । ଖବର ପାଇବା ମାତ୍ରେ ପ୍ରଶାସନ ଓ ପୋଲିସ ଟିଭ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏହି ବସଟି କିନୌର ଜିଲ୍ଲାର ମୁରଙ୍ଗ-ହରିଦ୍ୱାର ରୁଟର ବୋଲି ଜଣାପଡିଛି ।

ଏହି ଦୁର୍ଘଟଣାରେ ବସ ସମେତ ଅନେକ ଗାଡି ପୋତି ହୋଇଛି । ଗାଡିଗୁଡିକରେ କେତେ ଲୋକ ଥିଲେ, ତାହାର ସୂଚନା ମିଳିପାରିନାହିଁ । ବସଟି ରାସ୍ତା ତଳକୁ ଖସିଯାଇଛି । ପ୍ରଶାସନିକ ସୂଚନା ଅନୁସାରେ, ବସର ଡ୍ରାଇଭର ଦୁର୍ଘଟଣାରେ ପରେ ଘଟଣାସ୍ଥଳରୁ ସୂଚନା ଦେଇଥିଲା କି, ସେଥିରେ ୩୫ରୁ ୪୦ ଲୋକ ଥିଲେ । ଏହି ଘଟଣା କିନୌରର ଭାୱାନଗର ନିକଟରେ ଘଟିଛି । ସିମଲାରେ ବିଧାନସଭା ପରିସର ବାହାରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏହି ଘଟଣାକୁ ନିଶ୍ଚିତ କରିଛନ୍ତି । ସେ କହିଛନ୍ତି ଯେ, କେବଳ ସୂଚନା ମିଳିଛି । ବସ୍ ବ୍ୟତୀତ କିଛି ଗାଡି ମଧ୍ୟ ପୋତି ହୋଇଛି । ପ୍ରଶାସନ ଦ୍ୱାରା ଉଦ୍ଧାର କାର୍ଯ୍ୟରେ ଭାରତୀୟ ସେନା ଓ ଏନଡିଆରଏଫର ସାହାର୍ଯ୍ୟ ନିଆଯାଇଛି ।

Get real time updates directly on you device, subscribe now.