‘କଲେଜ ପିଲା ପଢିବେ ଷ୍ଟକ୍ ଏକ୍ସଚେଞ୍ଜ ପାଠ’, ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ
ଏଣିକି କଲେଜ ପିଲା ପଢିବେ ଷ୍ଟକ୍ ଏକ୍ସଚେଞ୍ଜ ପାଠ
ଭୁବନେଶ୍ୱର: କଲେଜ ପିଲା ପଢିବେ ଷ୍ଟକ ଏକ୍ସଚେଞ୍ଜ ପାଠ। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେ କହିଛନ୍ତି ଯେ, କଲେଜରୁ ଶିଖିବେ ଟଙ୍କା ରୋଜଗାର କରିବାର କଳା। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ସହ ଏମଓୟୁ ସ୍ୱାକ୍ଷରିତ। ସେ କହିଛନ୍ତି ଯେ, ଦୁଇଟି ଲେଭଲରେ ପ୍ରଶିକ୍ଷଣ ଦିଆଯିବ।
ଆଜି ସାମାଜିକ ଓ ଆର୍ଥିକ ଅନଗ୍ରସର ପାଇଁ ସଂରକ୍ଷଣ ପ୍ରସଙ୍ଗକୁ ନେଇ ଦ୍ୱନ୍ଦ୍ୱ ଦୂର କରିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଗତକାଲି କ୍ୟାବିନେଟ ନିଷ୍ପତ୍ତି ନେଇଥିବା ଦ୍ୱନ୍ଦ୍ୱ ଦୂର କରିଛନ୍ତି।
ସେ କହିଛନ୍ତି ଯେ, ଜାତିଭିତ୍ତିକ ସଂରକ୍ଷଣ ୫୦% ଟପିବନି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଏଥିପାଇଁ ଏସଇବିସି ବର୍ଗଙ୍କ ନାମଲେଖା ନେଇ ୧୧.୨୫% ସଂରକ୍ଷଣ କରିଛୁ। ପୂର୍ବରୁ ଏସସି/ଏସଟି ବର୍ଗଙ୍କ ପାଇଁ ୩୮.୭୫% ସଂରକ୍ଷଣ ବ୍ୟବସ୍ଥା ରହିଛି।
ଏସଇବିସି ସଂରକ୍ଷଣ ୧୧.୨୫% ମିଶିଲେ ଏହା ୫୦% ରେ ସୀମିତ ରହିବ। ଦିବ୍ୟାଙ୍ଗଙ୍କ ୬% ଓ ପୂର୍ବତନ ସେନାନୀଙ୍କ ପରିବାରକୁ ୧% ସଂରକ୍ଷଣ ଅଲଗା ରହିଛି।