fbpx

ଅଚାନକ୍ କୁକୁରଙ୍କ ରଙ୍ଗ ହେଲା ନୀଳ, ୪ ବର୍ଷ ପୂର୍ବରୁ ଭାରତରେ ଘଟିଥିଲା ଏପରି ଘଟଣା

ଆପଣ କେବେ ନୀଳ ବା ସବୁଜ ରଙ୍ଗର କୁକୁର ଦେଖିଛନ୍ତି କି? କେବଳ ହୋଲି ଦିନକୁ ବାଦ୍ ଦେଇ ଆପଣ ଏହି ରଙ୍ଗର କୁକୁରକୁ କେବେବି ଦେଖିନଥିବେ । କୁକୁର ଏପରି ଏକ ଜୀବ, ଯାହାକୁ ସବୁଠାରୁ ଅଧିକ ପ୍ରେମ, ଗାଳି ଓ ଅପମାନ ମିଳିଥାଏ । ଆପଣ ଅନେକ ରଙ୍ଗ, ଆକାର, କେଶ ଓ ବ୍ୟବହାର ପାଇଁ ପ୍ରସିଦ୍ଧ କୁକୁର ଦେଖିଥିଲେ । କିନ୍ତୁ ରୁଷର ଏକ ସହରରେ ନୀଳ ଓ ସବୁଜ ରଙ୍ଗର କୁକୁରଙ୍କୁ ଦେଖିବାକୁ ମିଳୁଛି । ସେମାନଙ୍କର ପ୍ରଥମରୁ ନୀଳ ବା ସବୁଜ ନଥିଲା, କିନ୍ତୁ ଧିରେ ଧିରେ ସେମାନଙ୍କ ରଙ୍ଗ ପରିବର୍ତ୍ତନ ହେଲା । ଏପରି ଘଟଣା ୪ ବର୍ଷ ପୂର୍ବେ ଭାରତରେ ମଧ୍ୟ ଘଟିଥିଲା ।

ରାଜଧାନୀ ମସ୍କୋଠାରୁ ୩୭୦ କିଲୋମିଟର ପୂର୍ବରେ ଜେରଜିସ୍କ ନାମକ ଏକ ସହର ରହିଛି । ରିପୋର୍ଟ ମୁତାବକ, କ୍ଷତିକାରକ ରାସାୟନିକ ପଦାର୍ଥ ଯୋଗୁଁ ସେଠାରେ କୁକୁରଙ୍କ ରଙ୍ଗ ନୀଳ ଓ ସବୁଜରେ ପରିଣତ ହେଉଛି । ଖାଲି ପଡ଼ିଥିବା କେମିକାଲ ପ୍ଲାଣ୍ଟରେ ଥିବା ରାସାୟନିକ ପଦାର୍ଥ ଯୋଗୁଁ କୁକୁରଙ୍କ ରଙ୍ଗ ପରିବର୍ତ୍ତନ ହେଉଛି । ଏହାକୁ ନେଇ କୁକୁର ଓ ପଶୁମାନଙ୍କ ପାଇଁ କାମ କରୁଥିବା ସଂସ୍ଥାଗୁଡ଼ିକ ସ୍ୱର ଉତ୍ତୋଳନ କରୁଥିବା ଦେଖିବାକୁ ମିଳୁଛି ।

ମିଳିଥିବା ରିପୋର୍ଟ ଅନୁସାରେ, ରାସାୟନିକ କାରଖାନା ପୂର୍ବରୁ ପ୍ଲେକ୍ସିଗ୍ଲାସ ଓ ହାଇଡ୍ରୋସାଇନିକ ଏସିଡ ଉତ୍ପାଦନ କରୁଥିଲା । ଏହି କାରଣରୁ ସେଠାକାର ପାଣିରେ ହାଇଡ୍ରୋଜନ ସିଆନାଇଡ଼୍ ମିଶିଥିଲା । ଏହି ରାସାୟନିକ କାରଣରୁ କୁକୁରମାନଙ୍କ ରଙ୍ଗରେ ପରିବର୍ତ୍ତନ ହେଉଛି ।

Get real time updates directly on you device, subscribe now.