fbpx

କମିଶନରେଟ ପୋଲିସ ପଞ୍ଝାରେ ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌, ସୁନା ଗହଣା ଜବତ ସହ ୪ ଲୁଟେରା ଗିରଫ

ଭୁବନେଶ୍ୱର: କମିଶନରେଟ ପୋଲିସକୁ ମିଳିଛି ବଡ଼ ସଫଳତା । ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କମିଶନରେଟ ପୋଲିସ । ଏହି ଗ୍ୟାଙ୍ଗରେ ସାମିଲ ଥିବା ୪ ଜଣ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧ କେଜିରୁ ଉର୍ଦ୍ଧ୍ୱ ସୁନା ଗହଣା ଜବତ କରିଛି ପୋଲିସ । ଏହା ସହ ଦେଢ଼ କେଜି ରୂପା ଗହଣା ଏବଂ ୪ ଲକ୍ଷ ଟଙ୍କା ମଧ୍ୟ ଜବତ ହୋଇଛି ।

Get real time updates directly on you device, subscribe now.